କଶ୍ମୀର ଅଚଳ ବେଳେ ଗିଲାନି ବ୍ୟବହାର କରୁଥିଲେ ଇଣ୍ଟରନେଟ୍‌

୨ ବିଏସ୍‌ଏନ୍‌ଏଲ୍‌ ଅଧିକାରୀ ନିଲମ୍ବିତ

ଶ୍ରୀନଗର: ଧାରା ୩୭୦ ଉଚ୍ଛେଦ ପୂର୍ବ ଦିନରୁ ତଥା ଅଗଷ୍ଟ ୪ ତାରିଖରୁ ଜମ୍ମୁ କଶ୍ମୀରରେ ଲ୍ୟାଣ୍ଡ୍‌ଲାଇନ୍‌ ସମେତ ଯୋଗାଗଯୋର ସମସ୍ତ ମାଧ୍ୟମକୁ ବିଚ୍ଛିନ୍ନ କରାଯାଇଥିଲା। ମୋବାଇଲ୍‌ ଓ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଥିଲା। ସମଗ୍ର ଜମ୍ମୁ କଶ୍ମୀର ଅଚଳ ହୋଇ ଯାଇଥିଲା। କିନ୍ତୁ ଏହି ସମୟରେ ବିଚ୍ଛିନତାବାଦୀ ନେତା ସୟଦ ଅଲି ଶାହ ଗିଲାନୀଙ୍କ ପାଇଁ ଲ୍ୟାଣ୍ଡଲାଇନ୍ ଏବଂ ବ୍ରଡବ୍ୟାଣ୍ଡ୍‌ ସେବା ଉପଲବ୍ଧ ଥିଲା। କଶ୍ମୀର ଅଚଳ ସତ୍ତ୍ବେ ଗିଲାନୀ ଅଗଷ୍ଟ ୪ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ମୋବାଇଲ୍‌ ଓ ଇଣ୍ଟରନେଟ୍‌ ବ୍ୟବହାର କରୁଥିଲେ। ସେ ତାଙ୍କ ଟ୍ବିଟର ଆକାଉଣ୍ଟ୍‌ରୁ ଟ୍ବିଟ୍‌ କରିବାପରେ ହିଁ ବରି‌ଷ୍ଠ କର୍ତ୍ତୃପକ୍ଷମାନେ ଏନେଇ ଅବଗତ ହୋଇଥିଲେ। ଏହାପରେ କେନ୍ଦ୍ର ସରକାର ଏବଂ ଜମ୍ମୁ କଶ୍ମୀର ପୁଲିସ ପକ୍ଷରୁ ଗିଲାନୀଙ୍କ ସମେତ ୮ ଜଣଙ୍କର ଟ୍ବିଟର ଆକାଉଣ୍ଟ୍‌ ବାତିଲ କରିବାପାଇଁ କୁହାଯାଇଥିଲା। ‌ତେବେ ଉକ୍ତ ମାମଲାରେ ତଦନ୍ତ ହେବାପରେ ଜମ୍ମୁ କଶ୍ମୀର ପ୍ରଶାସନ ୨ ବିଏସଏନଏଲ୍‌ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି।

ସମ୍ବନ୍ଧିତ ଖବର