ବିମାନ ବନ୍ଦରରେ ୨ କୋଟି ଟଙ୍କାର ସୁନା ଜବତ , ତିନି ବିଦେଶୀଙ୍କ ସମେତ ୫ ଗିରଫ

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୁନା ଚୋରାଚାଲାଣର ତିନିଟି ଅଲଗା ଅଲଗା ମାମଲାରେ କୋରିଆର ତିନି ଜଣ ନାଗରିକଙ୍କ ସମେତ ପାଞ୍ଚଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ସେମାନଙ୍କ ପାଖରୁ ମୋଟ୍‌ ୧ କୋଟି ୯୪ ଲକ୍ଷ ଟଙ୍କାର ସୁନା ଜବତ କରାଯାଇଛି। ଏମାନଙ୍କ ଭିତରୁ ଦୁଇ ଜଣ ଭାରତୀୟ ବିମାନ ଯାତ୍ରୀ ସୁନାକୁ ଏମର୍ଜେନସି ଲାଇଟ୍‌ ବକ୍ସ ଓ ଇଣ୍ଡକ୍ସନ୍‌ ହିିଟର ଭିତରେ ରଖି ଆଣୁଥିଲେ।
କଷ୍ଟମ ଅଧିକାରୀଙ୍କ ସୂଚନା ଅନୁଯାୟୀ ଗିରଫ ହୋଇଥିବା ତିନି କୋରିୟ ନାଗରିକଙ୍କ ପାଖରୁ ୪ କିଲୋଗ୍ରାମ ସୁନା ଚାରି ଥର ମିଳିଲା। ଏହି ଜବତ ସୁନାର ମୂଲ୍ୟ ପ୍ରାୟ ଏକ କୋଟି ୨୬ ଲକ୍ଷ ଟଙ୍କା। ସେମାନେ ସମସ୍ତେ ନିଜ ନିଜର ହ୍ୟାଣ୍ଡବ୍ୟାଗ୍‌ରେ ସୁନା ଧରି ନେଇ ଆସୁଥିଲେ। ଏହି ସୁନା ନେବାକୁ ବିମାନ ବନ୍ଦର ବାହାରେ ଦୁଇ ଜଣ କୋରିଆର ଲୋକ ବି ଠିଆ ହୋଇଥିଲେ। ସେମାନଙ୍କୁ ବି ପୁଲିସ ଧରିବାରେ ସକ୍ଷମ ହୋଇଥିଲା।


ଏହାଛଡା ସାରଜାହାରୁ ଓହ୍ଲାଇଥିବା ଜଣେ ଭାରତୀୟ ନାଗରିକଙ୍କ ଠାରୁ କଷ୍ଟମ ବିଭାଗ ୫୦ ଗ୍ରାମ୍‌ ସୁନା ଜବତ କରାଯାଇଛି। ଏହାର ମୂଲ୍ୟ ୩୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାଯାଇଛି। ଅନ୍ୟ ଜଣେ ଭାରତୀୟ ଯାତ୍ରୀଠାରୁ ୩୫ ଲକ୍ଷ ଟଙ୍କାର ସୁନା ଜବତ ହୋଇଛି।

ସମ୍ବନ୍ଧିତ ଖବର