ମୁମ୍ବାଇ: ନଭଶ୍ଚୁମ୍ବୀ ଅଟ୍ଟାଳିକାରେ ନିଅାଁ ଲାଗି ୨ ମୃତ

ମୁମ୍ବାଇ: ମଙ୍ଗଳବାର ରାତ୍ରୀରେ ଆନ୍ଧେରି ପଶ୍ଚିମ ଅନ୍ତର୍ଗତ ଗୋଟିଏ ନଭଶ୍ଚୁମ୍ବୀ ଅଟ୍ଟାଳିକାରେ ନିଅାଁ ଲାଗିଯିବାରୁ ଦୁଇ ଜଣ ଲୋକଙ୍କର ମୃତ୍ୟୁ ଘଟିଛି।

ରାତି ପ୍ରାୟ ୮: ୩୦ ସମୟରେ ବୀର ଦେଶାଇ ରୋଡ୍‌ ଠାରେ ଥିବା ଓବେରୋଇ ଟାଓ୍ଵାର୍‌ ନିକଟସ୍ଥ ୨୧ ତାଲା କଦମ ଚଓ୍ଵଲ୍‌ ଏସ୍‌ଆର୍‌ଏ କୋଠାର ୧୦ମ ଓ ୧୧ଶ ତାଲାରେ ନିଅାଁ ଲାଗି ଯାଇଥିଲା।

ବୃହନ୍‌ମୁମ୍ବାଇ ପୌର ନିଗମ ଏହାକୁ ୨ୟ ସ୍ତରର ଅଗ୍ନିକାଣ୍ଡ ତାଲିକାଭୁକ୍ତ କରିଛି।

ଖବର ମିଳିବା ପରେ ଅନ୍ୟୂନ ୧୦ଟି ଦମକଳ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ରାତି ୮: ୪୮ ସୁଦ୍ଧା ଘଟନାସ୍ଥଳରେ ପହଞ୍ଚି ଯାଇଥିଲେ। ରାତି ପ୍ରାୟ ୧୦:୧୦ ବେଳକୁ ନିଅାଁ ଆୟତ୍ତକୁ ଚାଲି ଆସିଥିଲା।

ନିଅାଁ ଲିଭାଯିବା ପରେ ଭିତର କବାଟ କିଳାହୋଇଥିବା ଶୋଇବା ଘରେ ଅଟକି ରହି ଯାଇ ତିନି ଜଣ ଲୋକଙ୍କୁ ନିରାପଦରେ ଉଦ୍ଧାର କରାଯାଇଥିଲା। ସେଇ ଫ୍ଲାଟ୍‌ର ହଲ୍‌ରେ ଉଦ୍ଧାରକାରୀମାନେ ୨ଟି ପୋଡ଼ା ଶବ ପାଇଥିଲେ। ଡାକ୍ତରଖାନା ନେବା ପରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା।

ନିଅାଁ ଲାଗିବାର ପ୍ରକୃତ କାରଣ ଓ ମୃତ ବ୍ୟକ୍ତିଙ୍କ ପରିଚୟ ହଠାତ୍‌ ମିଳିପାରି ନାହିଁ।

ସମ୍ବନ୍ଧିତ ଖବର