୨ ମାସରେ ୬୯ ଚାଷୀଙ୍କ ଆତ୍ମହତ୍ୟା

ବେଙ୍ଗାଲୁରୁ: କର୍ଣ୍ଣାଟକର ନୂତନ କୃଷିମନ୍ତ୍ରୀ ଏନ୍‌ଏଚ ଶିବଶଙ୍କର ରେଡ୍ଡୀ ଗୁରୁବାର ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ବିଗତ ୨ ମାସ ମଧ୍ୟରେ ରାଜ୍ୟରେ ୬୯ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ଏମାନଙ୍କ ମଧ୍ୟରେ ୪୯ ଜଣ କୃଷିଋଣ ଯୋଗୁଁ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଥିବା ବେଳେ ବାକି ୨୦ ଜଣଙ୍କ ଆତ୍ମହତ୍ୟାର କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି। ନିର୍ବାଚନ ପୂର୍ବର ପ୍ରତିଶ୍ରୁତି ମୁତାବକ, ମୁଖ୍ୟମନ୍ତ୍ରୀ ଏଚ.ଡି.କୁମାରସ୍ୱାମୀ କୃଷିଋଣ ଛାଡ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି।

ସମ୍ବନ୍ଧିତ ଖବର