ମାଲକାନଗିରି ସୀମାରେ ପୁଲିସ ଓ ନକ୍ସଲଙ୍କ ଭିତରେ ଗୁଳି ବିନିମୟ, ଦୁଇ ନକ୍ସଲ ମୃତ

ମାଲକାନଗିରି: ଓଡ଼ିଶାର ସୀମାନ୍ତବର୍ତ୍ତୀ ଜିଲ୍ଲା ମାଲକାନଗିରି ସୀମାରେ ପୁଲିସ ଓ ନକ୍ସଲଙ୍କ ଭିତରେ ଭିଷଣ ଗୁଳି ବିନିମୟ ହୋଇଥିବାର ଖବର ମିଳିଛି।ଏଥିରେ ପୁଲିସକୁ ଏକ ବଡ଼ ଧରଣର ସଫଳତା ମିଳିଥିବା ଜଣାଯାଇଛି ।
ପ୍ରାପ୍ତ ସୂଚନା ଅନୁଯାୟୀ ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ଥିବା କୁଟ୍ରିମା ଜଙ୍ଗଲରେ ନକ୍ସଲ ଲୁଚିଥିବା ଖବର ପାଇ ପୁଲିସ ଓ ଯବାନମାନେ ମିଳିତ ଭାବେ କମ୍ବିଂ ଅପରେସନ ଚଳାଇଥିଲେ । ସେଠାରେ ଆତ୍ମ ଗୋପନ କରିଥିବା କିଛି ନକ୍ସଲ ପୁଲିସକୁ ଦେଖି ପ୍ରଥମେ ଗୁଳି ଚାଳନା କରିଥିଲେ । ପୁଲିସ ଓ ଯବାନମାନେ ତୁରନ୍ତ  ନକ୍ସଲଙ୍କ ଉପରକୁ ପାଲଟା ଆକ୍ରମଣ କରିଥିଲେ । ଏଥିରେ ନକ୍ସଲମାନେ ଛତ୍ରଭଙ୍ଗ କରିଥିଲେ ।
ତେବେ ପୁଲିସ ଗୁଳିରେ ୨ଜଣ ନକ୍ସଲ ମୃତ୍ୟୁବରଣ କରିଛନ୍ତି ।

Image result for naxalites
photo-indiatoday

ଏହି ଦୁଇଜଣ ହେଲେ ଏଲଓସି କମାଣ୍ଡର ଲଛୁ ମାଣ୍ଡୱି ଏବଂ ଜନ ମଲିସିଆ କମାଣ୍ଡର ପଦିଆ। ଉଭୟଙ୍କ ନାଆଁରେ ଛତିଶଗଡ଼ ସରକାର ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ। ସେଠାରୁ ୨ଟି ଦେଶୀ ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିବା ଜଣାଯାଇଛି । ଏବେ ମଧ୍ୟ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି । ମାଲକାନଗିରି ପୁଲିସ୍ ଓଡ଼ିଶା ସୀମାକୁ ସିଲ୍ କରିବା ସହ ସତର୍କ ଥିବାର ସୂଚନା ମିଳିଛି।

ସମ୍ବନ୍ଧିତ ଖବର