ଜମ୍ମୁ ଓ କଶ୍ମୀରର ପୁଲ୍‌ଓ୍ଵାମାରେ ଏନ୍‌କାଉଣ୍ଟର୍‌: ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଶନିବାର ସକାଳେ ଦକ୍ଷିଣ କଶ୍ମୀରର ପୁଲ୍‌ଓ୍ଵାମା ଜିଲ୍ଲା ଅନ୍ତର୍ଗତ ଅବନ୍ତିପୋରା ଅଞ୍ଚଳର ପଞ୍ଜଗାମ ଗାଁ’ରେ ଏନ୍‌କାଉଣ୍ଟର୍‌ ଯୋଗୁଁ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି।

ସିଆର୍‌ପିଏଫ୍‌ର ୧୩୦ ବାଟାଲିୟନ୍‌ ଦଳ ଏବଂ ୫୫ ରାଷ୍ଟ୍ରୀୟ ରାଇଫଲ୍‌ର ମିଳିତ ଟିମ୍‌ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଶନିବାର ପାହାନ୍ତା ପ୍ରହର ୨: ୧୦ ମିନିଟ୍‌ରୁ ଗୁଳି ବିନିମୟ ଚାଲିଛି।

ସମ୍ପୃକ୍ତ ସ୍ଥାନରୁ ଦୁଇ ଜଣ ଆତଙ୍କବାଦୀଙ୍କ ଶବ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡୁଛି।

ମିଳିଥିବା ସୂଚନା ଅନୁସାରେ, ଏନ୍‌କାଉଣ୍ଟର୍‌ରେ ନିହତ ଦୁଇ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କ ନାମ ଶୌକତ ଅହମଦ୍‌ ଦର ଏବଂ ସେ ହିଜ୍‌ବୁଲ୍‌ ମୁଜାହିଦୀନ ସଂଗଠନର।

ସମ୍ବନ୍ଧିତ ଖବର