ମେଦିନିପୁର ସ୍ଥିତ ତୃଣମୂଳ ଅଫିସର ବିସ୍ଫୋରଣ, ୨ ମୃତ

ମେଦିନିପୁର : ପଶ୍ଚିମବଙ୍ଗର ମେଦିନିପୁରସ୍ଥିତ ତୃଣମୂଳ କଂଗ୍ରେସର ଏକ ଅଫିସରେ ଆଜି ଏକ ବୋମା ବିସ୍ଫୋରଣ ହେବାରୁ ୨ ଜଣ କର୍ମୀଙ୍କ ମୃତ୍ୟୁ ହୋଇଛି ଓ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।
ଘଟଣାଟି ଆଜି ସକାଳେ ମେଦିନିପୁରର ନାରାୟଣଗଡ଼ ତହସିଲର ମକରାମପୁର ଗ୍ରାମରେ ଥିବା ତୃଣମୂଳ କଂଗ୍ରେସର ଏକ କାର୍ଯ୍ୟାଳୟରେ ହୋଇଛି । ଆଜି ଏହି ଅଫିସରେ ଦଳର ଏକ ବୈଠକ ହେବାର ଥିଲା । ଏଥିପାଇଁ ଆଜିସକାଳ ୧୦ଟାରେ ଦଳର କର୍ମୀମାନେ ଅଫିସର ତାଲା ଖୋଲୁଥିବାବେଳେ ଏହି ବିସ୍ଫୋରଣ ହୋଇଥିଲା । ଆହତମାନଙ୍କୁ ମେଦିନିପୁରର ଏକ ହସପିଟାଲରେ ଭର୍ତ୍ତି କରାଯାଇଛି । ଆହତମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି । ତୃଣମୂଳ ନେତା ପ୍ରଦ୍ୟୁମ୍ନ ଘୋଷଙ୍କ ମତରେ ଅଫିସରେ ଥିବା ଏଲପିଜି ସିଲିଣ୍ଡର ବିସ୍ଫୋରଣ ହେଲା କିମ୍ବା ବୋମା ଖଞ୍ଜାଯାଇଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ସେ ନେଇ ପୁଲିସ ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର