ସାବିରମାଳା ମନ୍ଦିରରେ ପ୍ରବେଶକୁ ନେଇ ଉତ୍ତେଜନା: ପୂଜକଙ୍କ ମନ୍ଦିର ବନ୍ଦ ଧମକ ପରେ ପୁଲିସ ସୁରକ୍ଷାରେ ଫେରିଲେ ଦୁଇ ମହିଳା

କୋଚି: କେରଳର ପ୍ରସିଦ୍ଧ ସାବିରମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ଆଜି ତୃତୀୟ ଦିନରେ ସେଠାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସୁପ୍ରିମକୋର୍ଟ ସାବିରମାଳା ପାହାଡ଼ର ଆାୟାପ୍ପା ମନ୍ଦିର ପ୍ରବେଶ ଉପରେ ମହିଳାଙ୍କର ସମାନ ଅଧିକାର ରହିଛି ବୋଲି ନିର୍ଦ୍ଦେଶ ଦେବା ପରେ ଗତ ତିନି ଦିନ ହେବ ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ଉତ୍ତେଜନା ଦେଖାଦେଇଛି।

ହ୍ରାଇଦ୍ରାବାଦର ଜଣେ ସାମ୍ବାଦିକା ଓ ତେଙ୍ଗୋାନାର ମହିଳା ସାମାଜିକ କମୀ ରହେମା ଫତିମା ମନ୍ଦିରରେ ପ୍ରବେଶ ପାଇଁ ଆଜି ସକାଳେ ବାହାରିଥିଲେ। ତାଙ୍କୁ ପୁଲିସ ଆଇଜି ଏସ ଶ୍ରୀଜିତଙ୍କ ନେତୃତ୍ୱରେ ପ୍ରାୟ ୧୫୦ ଜଣ ପୁଲିସ କର୍ମଚାରୀ ସୁରକ୍ଷା ଦେଇ ମନ୍ଦିର ପାଖକୁ ନେଇ ଯାଇଥିଲେ। ମାତ୍ର ସେଠାରେ ଭକ୍ତମାନଙ୍କ ପ୍ରବଳ ପ୍ରତିରୋଧ ଯୋଗୁଁ ଏହି ଦୁଇ ମହିଳା ଓ ପୁଲିସ ଆଗକୁ ବଢ଼ି ପାରୁ ନାହାଁନ୍ତି। ତେବେ ପରସ୍ଥିତିି ନିୟନ୍ତ୍ରଣ ବାହାରକୁ ଯାଉଥିବା ବେଳେ କେରଳ ରାଜ୍ୟପାଳ ଘଟଣା ସମ୍ପର୍କରେ ଅବଗତହେବା ପାଇଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ରାଜଭବନ ଡକାଇଛନ୍ତି। ଅପରପକ୍ଷେ ମନ୍ଦିର ଏକ ପବିତ୍ର ସ୍ଥଳ, ସେଠାକୁ କେବଳ ଭକ୍ତ ଯାଇପାରେିବ, ସାମାଜିକ କର୍ମୀ ସେଠାରେ ସେମାନଙ୍କ ପ୍ରଚାର ପାଇଁ ଯାଇ ପାରିବେ ନାହିଁ ବୋଲି କେରଳ ମନ୍ଦିର ବିଭାଗ ମନ୍ତ୍ରୀ କେ ସୁରେନ୍ଦ୍ରନ କହି ଦୁଇଜଣ ମହିଳାଙ୍କୁ ମନ୍ଦିର ଭିତରେ ପ୍ରବେଶ ନ କରି ଫେରି ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷେ ମନ୍ଦିର ଠାରୁ ମାତ୍ର ୫ଶହ ମିଟର ଦୂରରେ ଥିବା ମହିଳାଦ୍ୱୟ ଫେରିବା ପାଇଁ ରାଜି ନାହାଁନ୍ତି। ଏଭଳି ପରିସ୍ଥିତିରେ ମନ୍ଦିରର ମୁଖ୍ୟ ପୂଜକ (ତନ୍ତ୍ରୀ) ରାଜିଭାରୁ କୋନ୍ଦରାଓ କହିଛନ୍ତି ଯେ ଯଦି ମହିଳାମାନେ ପ୍ରବେଶ ପାଇଁ ଉଦ୍ୟମ କରନ୍ତି, ତେବେ ସେ ମନ୍ଦିରକୁ ବନ୍ଦ କରିଦେବେ। କାରଣ ଦୀର୍ଘଦିନ ହେବ ପ୍ରଚଳିତ ଏକ ପରମ୍ପରା ଭଙ୍ଗରେ ସେ ସମିଲ ହେବେ ନାହିଁ। ସେହପରି ମନ୍ଦିର ବିଭାଗ ମନ୍ତ୍ରୀ କେ ସୁରେନ୍ଦ୍ରନ କହିଛନ୍ତି , ସାମାଜିକ କର୍ମୀମାନଙ୍କୁ ମନ୍ଦିର ପାଖକୂୁ ନେବା ଏକ ଭୁଲ ପଦକ୍ଷେପ ଥିଲା। ଏଥିରେ ତ୍ରୁଟି ରହିଗଲା ବୋଲି ଶ୍ରୀ ସୁରେନ୍ଦନ ସ୍ୱୀକାର କରିଛନ୍ତି।
ତେବେ ଶେଷ ଖବର ସୁଦ୍ଧା ପୁଲିସ ଏହି ଦୁଇଜଣ ମହିଳାଙ୍କୁ ମନ୍ଦିର ପ୍ରବେଶ ନ କରି ଫେରି ଆସିବାକୁ ଅନୁରୋଧ କରିଛି। ବିବାଦ ଓ ଉତ୍ତେଜନା ଲାଗି ରହିଥିବାରୁ ସେମାନଙ୍କୁ ସୁରକ୍ଷା ଦେଇ ପୁଲିସ ସାବିରମାଳା ପାହାଡ଼ ତଳକୁ ଫେରାଇ ଆଣିବ ବୋଲି କେରଳ ଆଇଜି ଏସ ଶ୍ରୀଜିତ କହିଛନ୍ତି।

ସମ୍ବନ୍ଧିତ ଖବର