ଜନ୍ମଦିନରେ ମୃତ୍ୟୁ ! ୧୦୯ ଘଣ୍ଟାର ଲଢ଼େଇ ପରେ ବି ହାରିଗଲା ଫତେହବୀର

ଚଣ୍ଡିଗଡ: ୧୦୯ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ବି ଜୀବନ ଯୁଦ୍ଧରେ ଜିତିପାରିଲାନି ୩ ବର୍ଷର ଶିଶୁ ଫତେହବୀର ସିଂ | ଏନଡିଆରଏଫ୍ ଟିମ୍, ପୁଲିସର ମିଳିତ ଉଦ୍ଧାର କାର୍ଯ୍ୟ ପରେ ବି ୧୫୦ ଫୁଟ ବୋରଓ୍ୱେଲ ଗାତରୁ ଫତେହବୀର ସିଂହ ଉଦ୍ଧାର ହୋଇଥିଲା | ଏହାପରେ ଗୁରୁତର ଅବସ୍ଥାରେ ଚଣ୍ଡିଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ |

ସୋମବାର ଫତେହବୀରଙ୍କ ଜନ୍ମଦିନ ଥିବାବେଳେ ତାଙ୍କୁ ଉଦ୍ଧାର କରାଯାଇଥିଲା | ଯାହାକୁ ନେଇ ପରିବାର ସଦସ୍ୟଙ୍କ ମଧ୍ୟରେ ଖୁସି ଖେଳିଯାଇଥିଲା କିନ୍ତୁ ଅବସ୍ଥା ଗୁରୁତର ହୋଇପଡ଼ିଥିଲା | ଶେଷରେ ଶିଶୁଟିର ମୃତ୍ୟୁ ହୋଇଯାଇଛି | ପଞ୍ଜାବର ସଙ୍ଗରୁର ଜିଲ୍ଲାର ଭଗବାନପୁରା ଗାଁରେ ଜୁନ ୬ ତାରିଖ ଦିନ ଏହି ପିଲାଟି ଖୋଲା ବୋରୱେଲରେ ପଡିଯାଇଥିଲା |

ଏହି ବୋରୱେଲର ଲମ୍ବା ୧୫୦ ଫୁଟ ହୋଇଥିବାବେଳେ ଛୁଆଟିକୁ ବଞ୍ଚାଇବା ପାଇଁ ଏନଡିଆରଏଫ ସହ ସ୍ଥାନୀୟ ପୋଲିସ ଦିନରାତି ଅପରେସନ କରିଥିଲେ | କୁହାଯାଉଛି ବୋରୱେଲର ଚଉଡା ମାତ୍ର ୩୬ ଇଞ୍ଚ ହୋଇଥିବାରୁ କେବଳ ଅକ୍ସିଜେନ ହିଁ ପହଂଚିପାରିଥିଲା ଖାଦ୍ୟ ଓ ପାଣି ଶିଶୁ ପାଖରେ ପହଞ୍ଚିପାରିନଥିଲା |

ସମ୍ବନ୍ଧିତ ଖବର