୪୫ଦିନ ପର୍ଯ୍ୟନ୍ତ ଲଗାତାର ପବ୍‌ଜି ଗେମ୍‌ ଖେଳିବାରୁ ମୃତ୍ୟୁବରଣ କଲେ ୨୦ବର୍ଷୀୟ ଯୁବକ

ହାଇଦ୍ରାବାଦ୍‌ : ଏବେ ପୁଣି ଥରେ ମୋବାଇଲ୍‌ ଗେମ୍‌ ପବ୍‌ଜିକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ପୂର୍ବରୁ କିଛିଟା ରାଜ୍ୟରେ ଏହି ଖେଳ ଉପରେ ସରକାର ପ୍ରତିବନ୍ଧକ ଲଗାଇ ସାରିଥିଲେ ମଧ୍ୟ ଏବେ ଲୋକମାନଙ୍କ ମଧ୍ୟରେ ଏହି ଗେମ୍‌ ଖେଳିବାର କ୍ରେଜ୍‌ ଦେଖିବାକୁ ମିଳିଛି । ପୂର୍ବରୁ ଏହି ଗେମ୍‌ ଖେଳୁଥିବାରୁ ପୁଲିସ ୧୦ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ତେଲେଙ୍ଗାନାର ଜଣେ ୨୦ବର୍ଷୀୟ ଯୁବକ ଏହି ଗେମ୍‌ ଖେଳି ମୃତ୍ୟୁବରଣ କରିଥିବା ଜଣା ପଡ଼ିଛି । ୪୫ଦିନ ପର୍ଯ୍ୟନ୍ତ ପବ୍‌ଜି ଗେମ୍‌ ଖେଳିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି ।

.indiatimes.com

ମିଳିଥିବା ସୂଚନା ମୁତାବକ, ତେଲେଙ୍ଗାନାର ଜଗ୍‌ତିଆଲରେ ରହୁଥିବା ଯୁବକଜଣଙ୍କ ଘଣ୍ଟା ଘଣ୍ଟା ଧରି ପବ୍‌ଜି ଗେମ୍‌ ଖେଲୁଥିବାରୁ ବେକରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ଏହା ପରେ ହାଇଦ୍ରାବାଦ୍‌ର ଡ଼ାକ୍ତରଖାନା ନିଆଯିବା ପରେ, ତାଙ୍କ ବେକର କୋଷିକାଗୁଡ଼ିକ ନଷ୍ଟ ହୋଇ ଯାଇଥିବା କହିଥିଲେ ଡ଼ାକ୍ତର । ଏହା ପରେ ଚିକିତ୍ସା ସମୟରେ ହିଁ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଅଧିକ ସମୟ ପର୍ଯ୍ୟନ୍ତ ତଳକୁ ବେକ କରି ପବ୍‌ଜି ଗେମ୍‌ ଖେଳୁଥିବାରୁ ଏପରି ହୋଇଥିବା କହିଛନ୍ତି ଡ଼ାକ୍ତର ।

ସମ୍ବନ୍ଧିତ ଖବର