ସେଲ୍‌ଫି ନେଲା ଆଉ ଏକ ଜୀବନ: ସମୁଦ୍ରକୁଳିଆ ପଥର ଉପରୁ ବାଲିକୁ ଡେଇଁ ଫଟୋ ନେବା ବେଳେ ପଥର ଫାଙ୍କରେ ଖସିଗଲା ଗୋଡ଼

ନୂଆଦିଲ୍ଲୀ: ସେଲ୍‌ଫି ନେଲା ଆଉ ଏକ ଜୀବନ। ପର୍‌ଫେକ୍ଟ ସେଲ୍‌ଫି ଲୋଭରେ ଚାଲି ଯାଉଛି ଶହ ଶହ ପ୍ରାଣ। ପୂର୍ବରୁ ଏମିତି ଅନେକ ଖବର ଦେଖିବାକୁ ମିଳିଛି। ସେଲ୍‌ଫି ପାଇଁ ବିଶ୍ୱର କୋଣ ଅନୁକୋଣରେ ଦୁର୍ଘଟଣା ଘଟି ଅନେକଙ୍କ ଜୀବନ ଯାଇଛି। ସେହିପରି ନିକଟରେ ଜଣେ ୨୦ ବର୍ଷିଅ ଭାରତୀୟ ଛାତ୍ରଙ୍କର ଅଷ୍ଟ୍ରେଲିଆରେ ସେଲ୍‌ଫି ନେବା ସମୟରେ ମୃତ୍ୟୁ ଘଟିଛି।

ଛାତ୍ର ଜଣକ ସମୁଦ୍ର କଡ଼ରେ ଥିବା ପଥର ଉପରକୁ ଚଢ଼ି ସେଲ୍‌ଫି ନଉଥିଲେ। ସେଠାରୁ ତାଙ୍କ ପାଦେ ଖସି ଯିବାରୁ ସେ ୪୦ ମିଟର୍‌ ତଳକୁ ଖସି ପଡ଼ିଲେ। ଉପରୁ ଖସିପଡ଼ିବା ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ପଶ୍ଚିମ ଅଷ୍ଟ୍ରେଲିଆର ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀରେ ଏପରି ଦୁର୍ଘଟଣା ଘଟିଯାଇଛି।

ସେଲ୍‌ଫି ନେବା ସମୟରେ ପ୍ରାଣ ହରାଇଥିବା ଅଙ୍କିତ ନିଜ ସାଙ୍ଗ ସହ ସେଠାକୁ ବୁଲିବାକୁ ଯାଇଥିଲେ। ସେଲ୍‌ଫି ନେବା ସମୟରେ ପଥର ମଧ୍ୟରେ ଥିବା ଫାଙ୍କରେ ତାଙ୍କ ଗୋଡ଼ ଖସି ଯାଇଥିଲା। ସେ ପଥର ଉପରୁ ବାଲିକୁ କୁଦ ମାରି ସେଲ୍‌ଫି ନେବାକୁ ଉଦ୍ୟମ କରିଥିଲେ। ସେହି ସମୟରେ ତାଙ୍କ ଶରୀର ଅଣଆୟତ୍ତ ହେବାରୁ ସେ ବାଲି ପରିବର୍ତ୍ତେ ପଥର ଫାଙ୍କରେ ଖସି ପଡ଼ିଥିଲେ।

ଯୁବକଙ୍କ ମୃତ୍ୟୁ ଘଟିବାର ୧ ଘଣ୍ଟା ପରେ ତାଙ୍କୁ ପାଣି ଭିତରୁ ଉଦ୍ଧାର କରାଯାଇଥିଲା। ଉଦ୍ଧାରକାରୀ ହେଲିକପ୍ଟର ଦ୍ୱାରା ତାଙ୍କର ଉଦ୍ଧାର କାର୍ଯ୍ୟ କରାଯାଇଥିଲା।

ସମ୍ବନ୍ଧିତ ଖବର