୨୦୦୫ ଅଯୋଧ୍ୟା ଆତଙ୍କବାଦୀ ଆକ୍ରମଣ ମାମଲା:୪ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ : ୨୦୦୫ ମସିହାର ‌ଅଯୋଧ୍ୟା ଆତଙ୍କବାଦୀ ଆକ୍ରମଣ ମାମଲାରେ  ୪ ଜଣଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ପ୍ରୟାଗରାଜର ଏକ ସ୍ବତନ୍ତ୍ର କୋର୍ଟ ଅଯୋଧ୍ୟା ଆକ୍ରମଣ ମାମଲାରେ ୪ ଜଣଙ୍କୁ ଆଜୀବନ କାରାଦଣ୍ଡ ଦେଇଛନ୍ତି ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ମାମଲାରୁ ଦୋଷମୁକ୍ତ କରିଛନ୍ତି। ୪ ଅଭିଯୁକ୍ତ ଇରଫାନ୍‌, ମହମ୍ମଦ ସକିଲ୍‌, ମହମ୍ମଦ ନସିମ୍‌, ଆସିଫ୍‌ ଇକବଲ ଏବଂ ଫାରୁକ୍‌ଙ୍କୁ ମଧ୍ୟ ୨,୪୦,୦୦୦ ଟଙ୍କା ଜରିମାନା କରାଯାଇଛି। ୪ ଅଭିଯୁକ୍ତ ଏହି ଜରିମାନା ଟଙ୍କାକୁ ସମାନ ଭାବେ ବାଣ୍ଟି ଦେବେ। ଅନ୍ୟପ‌କ୍ଷେ ମହମ୍ମଦ ଅଜିଜ୍‌ଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି।
ଉଲ୍ଲେଖଯୋଗ୍ୟ ୨୦୦୫ ଜୁଲାଇ ୨ ତାରିଖରେ ରାମ ଜନ୍ମଭୂମି ବାବ୍ରି ମସଜିଦ୍‌ ପରିସରରେ ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ କରିଥିଲେ। କିନ୍ତୁ ସୁରକ୍ଷାକର୍ମୀମାନେ ଏହି ଆକ୍ରମଣକୁ ପଣ୍ଡ ‌କରିଦେଇଥିଲେ। ୧ ଘଣ୍ଟା ମଧ୍ୟରେ ସୁରକ୍ଷାକର୍ମୀ ୫ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ଅନ୍ୟପକ୍ଷେ ଦୁଇ ଜଣ ସ୍ଥାନୀୟ ବାସିନ୍ଦା ମଧ୍ୟ ଆକ୍ରମଣ‌ରେ ପ୍ରାଣ ହରାଇଥିଲେ। ଆକ୍ରମଣରେ ୭ ଜଣ ସିଆରପିଏଫ୍‌ ଯବାନ ଆହତ ହୋଇଥିଲେ। ମାମଲାରେ ଉତ୍ତରପ୍ରଦେଶ ପୁଲିସ ୫ ଜଣଙ୍କୁ ଗିରଫ କରିଥିଲା। ଏମାନଙ୍କ ମଧ୍ୟରୁ ୪ ଜଣ ଜମ୍ମୁ କଶ୍ମୀରର ପୁଞ୍ଚ୍‌ ଜିଲ୍ଲାର ଏବଂ ଜଣେ ଉତ୍ତରପ୍ରଦେଶର ଶାହରନପୁର ଜିଲ୍ଲାର। ୫ ଜଣ ଅଭିଯୁକ୍ତ ନୈନି କେନ୍ଦ୍ରୀୟ ଜେଲ୍‌‌ରେ ବନ୍ଦୀ ଥିଲେ।

ସମ୍ବନ୍ଧିତ ଖବର