ଜିଲ୍ଲାପାଳ ଚାକିରି ଛାଡି ନିର୍ବାଚନ ଲଢିଥିଲେ ୨୦୦୫ ବ୍ୟାଚର ଆଇଏଏସ ଓପି ଚୌଧୁରୀ; ୧୫୦୦୦ ଭୋଟରେ ହାରିଲେ

ରାୟପୁର :  ନିର୍ବାଚନରେ ଜନତା ହିଁ ସର୍ବେସର୍ବା। କାରଣ ଜନତାଙ୍କ ହାର/ଜିତ୍ ସ୍ଥିର ହୋଇଥାଏ । ତେଣୁ ଅନେକ ବଡ ବଡ ନେତା ନିର୍ବାଚନ ହାରିବା ନଜୀର ରହିଛି । ତେବେ ଠିକ ଏପରି ହୋଇଛି ରାୟପୁର ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଓ.ପି.ଚୌଧୁରୀଙ୍କ ସହ । ଶ୍ରୀ ଚୌଧୁରୀ ରାଜନୀତି ପାଇଁ ନିଜ ଆଇଏଏସ ଚାକିରି ଛାଡି ଥିଲେ । ମିଳିଥିବା ସୂଚନା ଅନୁସାରେ, ସେ ବର୍ତମାନ  ଯେଉଁଠାରୁ ଲଢିଥିଲେ ସେହି ଆସନରୁ ସେ ପରାଜିତ ହୋଇଛନ୍ତି । ଓପିଙ୍କୁ ତାଙ୍କ ପ୍ରତିଦ୍ୱନ୍ଦୀ୧୫ ହଜାରରୁ ଉର୍ଧ୍ୱ ଭୋଟରେ ହରାଇଥିବା ସୂଚନା ମିଳିଛି ।

ନିର୍ବାଚନ ପୂର୍ବରୁ ଏକ ବିରାଟ ଶୋଭାଯାତ୍ରା ସହ ଧୁମଧାମରେ ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଓ ଛତିଶଗଡର ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ । ୨୦୦୫ ବ୍ୟାଚର ଆଇଏଏସ ଅଗଷ୍ଟ ୨୫ରେ ନିଜ ଚାକିରିରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ତାଙ୍କର ଚାକିରି ସମୟରେ ସେ ନକ୍ସର ପ୍ରଭାବିତ ଇଲାକାରେ କାମ କରିବା ସହ ନକ୍ସଲ ଚଳପ୍ରଚଳ ଅର୍ଥାତ ସକ୍ରିୟ ଥିବା ଦାନ୍ତେୱାଡାଠାରେ କାମ କରିସାରିଛନ୍ତି । ଓପି ଜଣେ ଦକ୍ଷ ପ୍ରଶାସକ ଭାବରେ ଜଣାଶୁଣା । ନିଜ କାର୍ଯ୍ୟକାଳ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ  ସମସ୍ୟାକୁ ବେଶ ଉତ୍ତମ ଭାବରେ ତୁଲାଇ ପାରିଥିଲେ ।

ଗତକାଲି ନିର୍ବାଚବ ଫଳାଫଳ ପ୍ରକାଶ ପାଇବା ପରେ ଜଣାପଡିଛି ଯେ, କଂଗ୍ରେସ ୬୮ ସିଟରେ ବିଜୟ ହୋଇଥିବା ବେଳେ ବିଜେପି ୧୫ ସିଟ ଓ ଅନ୍ୟ ଦଳ ୭ଟି ସିଟରେ ବିଜୟ ହୋଇଛି ।

ସମ୍ବନ୍ଧିତ ଖବର