୨୦୦୮ ମାଲେଗାଓଁ ବିସ୍ଫୋରଣ : ପୁରୋହିତ, ସାଧ୍ବୀ ପ୍ରଜ୍ଞାଙ୍କ ବିରୋଧରେ ଚାର୍ଜଫ୍ରେମ୍‌

ନୂଆଦିଲ୍ଲୀ: ୨୦୦୮ ମା‌େଲଗାଓଁ ବିସ୍ଫୋରଣ ମାମଲାର ଦୀର୍ଘ ୧୦ ବର୍ଷ ପରେ ଆଜି ଲେଫ୍ଟନାଣ୍ଟ୍‌ କର୍ନେଲ ପ୍ରସାଦ ପୁରୋହିତ ଏବଂ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁରଙ୍କ ସମେତ ସମସ୍ତ ୭ ଜଣଙ୍କ ବିରୋଧରେ ଚାର୍ଜଫ୍ରେମ୍‌ ହୋଇଛି। ଏକ ସ୍ବତନ୍ତ୍ର ଏନ୍‌ଆଇଏ କୋର୍ଟ ଏହି ଚାର୍ଜଫ୍ରେମ୍‌ କରିଛନ୍ତି। ଉକ୍ତ ୭ ଜଣଙ୍କ ବିରୋଧରେ ଆତଙ୍କବାଦ କାର୍ଯ୍ୟକଳାପ, ଅପରାଧିକ ଷଡ଼ଯନ୍ତ୍ର ଓ ହତ୍ୟା ଭଳି ଅଭିଯୋଗ ଅଣାଯାଇଛି। ଏହାକୁ ଆଧାର କରି ଏବେ ଏହି ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ଚାଲିବ ବୋଲି ଜଣାପଡ଼ିଛି।
ଆଜିର ଶୁଣାଣି ସମୟରେ ପୁରୋହିତ ଏବଂ ସାଧ୍ବୀ ପ୍ରଜ୍ଞ‌ାଙ୍କ ସମେତ ଅନ୍ୟ ସମସ୍ତ ଅଭିଯୁକ୍ତ ତଥା ମେଜର ଅବସରପ୍ରାପ୍ତ ରମେଶ ଉପାଧ୍ୟାୟ, ସମୀର କୁଲକର୍ନି, ଅଜୟ ରାହିରକର, ସୁଧାକର ଦ୍ବିବେଦୀ ନିଜକୁ ନିର୍ଦ୍ଦୋଷ ବୋଲି କହିଥି‌େଲ। କୋର୍ଟ ଆସନ୍ତା ମାସ ୨ ତାରିଖରେ ଏହି ମାମଲାର ଶୁଣାଣି କରିବେ। ସ୍ବତନ୍ତ୍ର ଏନ୍‌ଆଇଏ ବିଚାରପତି ବିନୋଦ ପଦଲକର ଆଜି ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍‌ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୦୮ ‌େସ‌େପ୍ଟମ୍ବର ୨୯ରେ ଉତ୍ତର ମହାରାଷ୍ଟ୍ରର ମୁମ୍ବାଇଠାରୁ ୨୦୦ କିମି ଦୂର ମାଲେଗାଓଁ ସହରରେ ଏ‌କ ମସଜିଦ୍‌ ନିକଟରେ ମୋଟରସାଇକେଲ୍ ବୋମା ବିସ୍ଫୋରଣ ହୋଇଥିଲା। ଏଥି‌େଯାଗୁଁ ୬ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୧୦୦ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର