୨୦୧୭ ସହରଣପୁର ଦଙ୍ଗା ମାମଲା: ରାତି ଅଧ ପରେ ଜେଲ୍‌ରୁ ମୁକ୍ତ ହେଲେ ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର

ମିରଟ: ୨୦୧୭ ମସିହା ସାହାରଣପୁର ଜାତିଆଣା ହିଂସାକାଣ୍ଡ ମାମଲାରେ ସମ୍ପୃକ୍ତ ଥିବାରୁ ଏନ୍‌ଏସ୍‌ଏ ଚାର୍ଜରେ ଜେଲ୍‌ ଯାଇଥିବା ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଓରଫ୍‌ ରାବଣଙ୍କୁ ଗତରାତିରେ ମୁକ୍ତ କରି ଦିଆଯାଇଛି। କିଛି ଘଣ୍ଟା ତାଙ୍କୁ ଜେଲ୍‌ରୁ ଶୀଘ୍ର ମୁକ୍ତ କରିବାକୁ ଉତ୍ତର ପ୍ରଦେଶ ସରକାର ଆଦେଶ ଦେଇଥିଲେ। ପୂର୍ବରୁ ଖବର ମିଳିଥିଲା କି, ଚନ୍ଦ୍ରଶେଖରଙ୍କୁ ନଭେମ୍ବର ପହିଲାରେ ମୁକ୍ତ ହେବେ।

ଶୁକ୍ରବାର ରାତି ୨ଟା ୨୪ ମିନିଟ୍‌ରେ ଜେଲ୍‌ରୁ ମୁକୁଳିବା ପରେ ସମର୍ଥକମାନେ ଚନ୍ଦ୍ରଶେଖରଙ୍କୁ ସ୍ୱାଗତ କରିଥିଲେ। ମୁକ୍ତ ଚନ୍ଦ୍ରଶେଖର କହିଲେ କି, ୧୦ ଦିନ ମଧ୍ୟରେ ରାଜ୍ୟ ସରକାର ତାଙ୍କ ବିରୋଧରେ ଚାର୍ଜ ଫ୍ରେମ୍‌ କରିବେ ବୋଲି ତାଙ୍କର ଭରସା ଥିଲା। ସେ ଆହୁରି କହିଛନ୍ତି ଯେ ଭାରତୀୟ ଜନତା ପାର୍ଟିକୁ କ୍ଷମତାରୁ ହଟାଇବାକୁ ସେ ଲୋକମାନଙ୍କୁ କହିବେ।

ସାମ୍ବାଦିକମାନଙ୍କୁ ଚନ୍ଦ୍ରଶେଖର କହିଛନ୍ତି: ସୁପ୍ରିମ୍‌ କୋର୍ଟ ଭର୍ତ୍ସନାକୁ ଡରି ସରକାର ତାଙ୍କୁ ତୁରନ୍ତ ମୁକ୍ତ କରିଦେଲେ। ମୁଁ ନିଶ୍ଚିତ ଯେ ସେମାନେ ୧୦ ଦିନ ମଧ୍ୟରେ ମୋ ବିରୋଧରେ ଚାର୍ଜ ଫ୍ରେମ୍‌ କରିବେ। ୨୦୧୯ରେ ବିଜେପିକୁ କ୍ଷମତାରୁ ବିତାଡ଼ନ କରିବାକୁ ମୁଁ ମୋର ଲୋକମାନଙ୍କୁ କହିବି।
ସାହାରଣପୁର ଦଙ୍ଗାରେ ସମ୍ପୃକ୍ତି ଅଭିଯୋଗରେ ତାଙ୍କୁ ୨୦୧୭ ମସିହା ଜୁନ୍‌ ୮ ତାରିଖରେ ଗିରଫ କରାଯାଇଥିଲା। ୨୦୧୭ ମସିହା ନଭେମ୍ବର ୨ ତାରିଖ ଦିନ ଆହ୍ଲାବାଦ ହାଇକୋର୍ଟ ତାଙ୍କୁ ଜାମିନ ମଞ୍ଜୁର କରିଥିଲେ। କିନ୍ତୁ, ଦିନକ ପରେ ତାଙ୍କୁ ଏନ୍‌ଏସ୍‌ଏ ବଳରେ ଗିରଫ କରାଯାଇ ଜେଲ୍‌ରେ ରଖାଯାଇଥିଲା।

ଦଳିତମାନଙ୍କ ଏବଂ ନିଷ୍ପେସିତମାନଙ୍କ ଅଧିକାର ସକାଶ ଚନ୍ଦ୍ରଶେଖରଙ୍କ ଭୀମ ସେନା ସଂଗ୍ରାମ ଚଳାଇ ଥାଏ।

ସମ୍ବନ୍ଧିତ ଖବର