ଯୌନ ବ୍ୟଭିଚାର ଅଭିଯୋଗ କାରଣରୁ ସ୍ଥଗିତ ରହିଲା ୨୦୧୮ ବର୍ଷର ନୋବେଲ୍‌ ସାହିତ୍ୟ ପୁରସ୍କାର

କୋପେନ୍‌ହେଗେନ୍‌: ଏ ବର୍ଷ ସାହିତ୍ୟ ପାଇଁ ନୋବେଲ୍‌ ପୁରସ୍କାର ଘୋଷଣା କରାଯିବ ନାହିଁ।

ସାହିତ୍ୟ ବିଭାଗ ପାଇଁ ପୁରସ୍କାର ଚୟନ କରୁଥିବା ସଂସ୍ଥା ଭ୍ୟଭିଚାରରେ ଲିପ୍ତଥିବା ଅଭିଯୋଗରେ ଛନ୍ଦି ହୋଇ ପଡ଼ିବା ଫଳରେ ଏ ଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଷ୍ଟକ୍‌ହୋମ୍‌ ଠାରେ ଗୋଟିଏ ଦିନ ପୂର୍ବେ ବସିଥିବା ସାପ୍ତାହିକ ବୈଠକରେ ଏହା ସ୍ଥିର କରାଯାଇଛି।

ଜଣେ ସଦସ୍ୟାଙ୍କ ସ୍ୱାମୀଙ୍କ ବିରୋଧରେ ଆଗତ ଭ୍ୟବିଚାର ଏବଂ ଆର୍ଥିକ ଦୁର୍ନୀତି ଅଭିଯୋଗ ଯୋଗୁଁ ସ୍ୱିଡିସ୍‌ ଏକାଡେମି ଏବେ ଅଡୁଆରେ ପଡ଼ିଯାଇଛି। ଅନ୍ୟ ଚାରି ଜଣ ସଦସ୍ୟ ଏବଂ ଏକାଡେମିର ମୁଖ୍ୟ ହିସାବରେ ସେ ସଦସ୍ୟାଜଣକ ଇତି ମଧ୍ୟରେ ଇସ୍ତଫା ଦେଇ ସାରିଛନ୍ତି।

ସେ ସଦସ୍ୟା ହେଉଛନ୍ତି କବୀ କେଟେରିନା ଫ୍ରଷ୍ଟେନ୍‌ସନ୍‌। ତାଙ୍କ ସ୍ୱାମୀ ଜିନ୍‌-କ୍ଲାଉଡ୍‌ ଆର୍ଣ୍ଣନଲ୍‌ଟ୍‌ ସୁଇଡେନ୍‌ର ଜଣେ ପ୍ରମୁଖ ସାଂସ୍କୃତିକ ବ୍ୟକ୍ତିତ୍ୱ।
୨୦୧୯ ମସିହା ସାହିତ୍ୟ ପୁରସ୍କାର ଘୋଷଣା ବେଳେ ସ୍ଥଗିତ ରଖାଯାଇଥିବା ୨୦୧୮ ବର୍ଷର ସାହିତ୍ୟ ପୁରସ୍କାର ଘୋଷଣା କରାଯିବ।

୧୯୦୧ ମସିହା ପ୍ରଥମ ପୁରସ୍କାର ପ୍ରଦାନ ପର ଠାରୁ ଏହା ସବୁଠୁ ବଡ଼ କେଳଙ୍କାରୀ ବୋଲି କୁହାଯାଉଛି।

୧୯୪୩ ମସିହା ବିଶ୍ୱଯୁଦ୍ଧ ପର ଠାରୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରା ନ ଯିବା ବୋଧହୁଏ ପ୍ରଥମ ଘଟଣା ହେବାକୁ ଯାଉଛି।
ଛଅ ବର୍ଷ ଯୁଦ୍ଧ ସମୟକୁ ବାଦ ଦେଇ, ମାତ୍ର ଗୋଟିଏ ବର୍ଷ ଏହି ପୁରସ୍କାର ଦିଆ ଯାଇ ନ ଥିଲା। ୧୯୩୫ ମସିହାରେ ପୁରସ୍କାର ଦେବା ପାଇଁ କୌଣସି ଯୋଗ୍ୟ ବ୍ୟକ୍ତି ମିଳି ନ ଥିଲେ।

ବ୍ୟଭିଚାର ଅଭିଯୋଗ ପରେ ଏକାଡେମି ଉପରୁ ସର୍ବସାଧାରଣ ବିଶ୍ୱାସ ହଟିଯାଇ ଥିବାରୁ ଏ ଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଏକାଡେମିର କେତେକ ସଦସ୍ୟ ଯୁକ୍ତି ବାଢ଼ିଥିଲେ କି, ପରମ୍ପରା ବଜାୟ ରଖିବାକୁ ପୁରସ୍କାର ଦିଆଯିବା ଉଚିତ। କିନ୍ତୁ, ଅନ୍ୟମାନେ କହିଲେ ଯେ ଏକାଡେମି ଏବେ ପୁରସ୍କାର ଦେବା ପରିସ୍ଥିତିରେ ନାହିଁ।

ସମ୍ବନ୍ଧିତ ଖବର