୨୦୧୮ ଜାତୀୟ ସାହସିକ ପୁରସ୍କାର ଘୋଷିତ: ୨୧ ଜଣଙ୍କ ମଧ୍ୟରୁ ଓଡ଼ିଶାରୁ ପାଇବେ ୪ ଜଣ ପିଲା

ନୂଆଦିଲ୍ଲୀ: ଶୁକ୍ରବାର ଦିନ ୨୦୧୮ ‘ନେସ୍‌ନାଲ୍‌ ଆଓ୍ଵାର୍ଡସ୍‌ ଫର୍‌ ବ୍ରେଭେରି ଫର୍‌ ଚିଲ୍‌ଡ୍ରେନ୍‌’ ବା ଜାତୀୟ ସାହସିକ ପୁରସ୍କାର ଘୋଷଣା କରାଯାଇଛି।

ଏଥିରେ ଓଡ଼ିଶାରୁ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ୪ ଜଣ ପିଲା। ସେମାନଙ୍କ ମଧ୍ୟରେ ଅଛନ୍ତି ସିତୁ ମଲିକ, ଝିଲି ବାଗ, ରଞ୍ଜିତା ମାଝୀ ଏବଂ ବିଶ୍ୱଜିତ ପ୍ରଧାନ। ସମଗ୍ର ଦେଶର କୌଣସି ରାଜ୍ୟରୁ ମନୋନୀତ ହୋଇଥିବା ପିଲାମାନଙ୍କ ମଧ୍ୟରେ ଏହା ହେଉଛି ସର୍ବାଧିକ।
ଏ ବର୍ଷ ପୁରସ୍କାର ପାଇବାକୁ ସମଗ୍ର ଦେଶରୁ ୨୧ ଜଣ ପିଲା ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୮ ଜଣ ବାଳିକା ଥିବାବେଳେ ୧୩ ଜଣ ବାଳକ ଅଛନ୍ତି।

ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଦେଶର ଏହି ସାହସୀ ପିଲାମାନଙ୍କୁ ନୂଆଦିଲ୍ଲୀ ଠାରେ ପୁରସ୍କାର ପ୍ରଦାନ କରାଯିବ।

୧୯୫୮ ମସିହା ଫେବ୍ରୁଆରି ୪ ତାରିଖ ଦିନ ପ୍ରଥମ କରି ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁ ଦୁଇ ଜଣ ପିଲାଙ୍କୁ ସାହସ ଓ ସେବା ପାଇଁ ଏହି ପୁରସ୍କାର ପ୍ରଦାନ କରିଥିଲେ।

ସେବେଠାରୁ ‘ଆଇସିସିଡବ୍ଲୁ’ ପ୍ରତିବର୍ଷ ପିଲାମାନଙ୍କୁ ଏହି ଜାତୀୟ ପୁରସ୍କାର ପ୍ରଦାନ କରି ଆସୁଛି।

ସମ୍ବନ୍ଧିତ ଖବର