ଡିସେମ୍ବର ମାସରେ କଶ୍ମୀରରେ ପ୍ରବେଶ କରିଛନ୍ତି ଜୈସ୍‌-ଏ-ଅହମ୍ମଦର ୨୧ ଜଣ ସଦସ୍ୟ

ପୁଲ୍‌ଓ୍ଵାମା: ତିନୋଟି ଆତ୍ମଘାତୀ ଆକ୍ରମଣ ଲାଗି ୩ ଜଣ ଆତ୍ମଘାତୀ ବୋମାବିସ୍ଫୋରଣକାରୀଙ୍କ ସମେତ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ୍‌-ଏ-ମହମ୍ମଦ୍‌ର ୨୧ ଜଣିଆ ସଦସ୍ୟବିଶିଷ୍ଟ ଏକ ସ୍କ୍ଵାଡ୍‌ ଡିସେମ୍ବର ମାସରେ ଜମ୍ମୁ ଓ କଶ୍ମୀର ମଧ୍ୟକୁ ଅନୁପ୍ରବେଶ କରିଛନ୍ତି। ସେମାନେ କଶ୍ମୀର ଉପତ୍ୟକା ବାହାରେ ଦୁଇଟି ଆତ୍ମଘାତୀ ଆକ୍ରମଣ କରିବେ ବୋଲି ଗୁଇନ୍ଦାସୂତ୍ରରୁ ପ୍ରକାଶ।

ଉକ୍ତ ସ୍କ୍ଵାଡ୍‌ର ନେତୃତ୍ୱ ନେଉଥିଲେ ସୋମବାର ଦିନ ପୁଲିସ ସହ ଗୁଳିବିନିମୟରେ ନିହତ କମ୍ରାନ୍‌ ଓ ଜୈସ୍‌-ଏ-ମାସୁଦ୍‌ଙ୍କ ପୁତୁରା ମହମ୍ମଦ ଉମୈର୍‌। ଗତବର୍ଷ ଅକ୍ଟୋବର ମାସରେ ନିହତ ହୋଇଥିବା ଆଝାରଙ୍କ ଅନ୍ୟ ପୁତୁରା ଉସ୍‌ମାନ୍‌ ହାଇଦର୍‌ ଏବଂ ୨୦୦୧ ପାର୍ଲାମେଣ୍ଟ୍‌ ଆକ୍ରମଣ ଯୋଗୁଁ ଫାଶୀ ପାଇଥିବା ଅଫ୍‌ଜଲ୍‌ ଗୁରୁଙ୍କ ମୃତ୍ୟୁର ପ୍ରତିଶୋଧ ନେବା ଦାୟିତ୍ୱ ସେମାନଙ୍କୁ ଦିଆଯାଇଥିଲା।

ତିନି ଆତ୍ମଘାତୀ ବୋମା ବିସ୍ଫୋରଣକାରୀଙ୍କ ମଧ୍ୟରୁ ଆଦିଲ୍‌ ଅହମଦ୍‌ ଦର୍‌ ଫେବ୍ରୁଆରି ୧୪ ବିସ୍ଫୋରଣ ଦାୟିତ ବହନ କରିଥିଲା। ଅନ୍ୟ ଦୁଇ ଜଣ ଜମ୍ମୁ ଏବଂ ଅନ୍ୟ କୌଣସି ଏକ ସ୍ଥାନରେ ବିସ୍ଫୋରଣ ଘଟାଇବା ଦାୟିତ୍ୱରେ ଥିଲେ।

ସମ୍ବନ୍ଧିତ ଖବର