ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୨୨ ମୃତ

କରାଚୀ: ପାକିସ୍ତାନର ବେଲୋଚିସ୍ତାନ ପ୍ରଦେଶରେ ଆତ୍ମଘାତୀ ବିସ୍ଫୋରଣରେ ପ୍ରାୟ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା ପ୍ରକାଶ। ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା କାରାଯାଉଥିବା ବେଳେ ଶୁକ୍ରବାର ସକାଳୁ ହୋଇଥିବା ଆତ୍ମଘାତୀ ବିସ୍ଫୋରଣର ତଦନ୍ତ ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିର୍ଦେଶ ଦେଇଛନ୍ତି। କ୍ୟୋଟା ସହରର ଜନଗହଳିପୂର୍ଣ୍ଣ ହଜାରଗଞ୍ଜ ଅଂଚଳରେ ଥିବା ଫଳବଜାରରେ ଏହି ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏହି ଆତ୍ମଘାତୀ ଆକ୍ରମଣ ପାକିସ୍ତାନର ସଂଖ୍ୟାଲଘୁ ହଜରା ସମୁଦାୟକୁ ଟାର୍ଗେଟ କରି ରଚାଯାଇଥିବା କୁହାଯାଉଛି। ତେବେ ପାକିସ୍ତାନ ଗୃହମନ୍ତ୍ରୀ ଜିଆଉଲ୍ଲାହ ଲାଙ୍ଗଭେ ଏହାକୁ ଖଣ୍ଡନ କରି କହିଛନ୍ତି, ଏହା ଆତ୍ମଘାତୀ ବିସ୍ଫୋରଣ କିନ୍ତୁ କୌଣସି ନିର୍ଦିଷ୍ଟ ସମୁଦାୟକୁ ଟାର୍ଗେଟ କରାଯାଇନାହିଁ। ବିସ୍ଫୋରଣରେ ମୃତ ୨୨ ଜଣଙ୍କ ମଧ୍ୟରୁ ହଜରା ସମୁଦାୟର ୮ ଜଣ ଥିବା ପ୍ରକାଶ। ପାକିସ୍ତାନ ଜାତୀୟ ମାନବଧିକାର କମିସନର ରିପୋର୍ଟ ଅନୁଯାୟୀ ୨୦୧୨ ଠାରୁ ୨୦୧୭ ମଧ୍ୟରେ ୫୦୯ ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ଅନ୍ୟୂନ ୬୨୭ ଜଣ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର