ରାଜସ୍ଥାନରେ ଧୂଳି ଝଡ଼ ଯୋଗୁଁ ୨୨ ମୃତ, ୧୦୦ ରୁ ଊର୍ଦ୍ଧ୍ୱ ଆହତ

ନୂଆଦିଲ୍ଲୀ: ବୁଧବାର ରାତିରେ ରାଜସ୍ଥାନର ବିିଭିନ୍ନ ଅଞ୍ଚଳରେ ଭୀଷଣ ଝଡ଼ବତାସ ଯୋଗୁଁ ଅନ୍ୟୂନ ୨୨ ଜଣ ଲୋକଙ୍କ ମୃତ୍ୟୁ ଘଟିବା ସହ ୧୦୦ ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଛନ୍ତି। ଭରତପୁର, ଅଲ୍‌ଓ୍ଵାର୍‌ ଏବଂ ଢୋଲପୁର ଜିଲ୍ଲାରେ ଶହ ଶହ ଗଛ ଓ ବିଜୁଳି ଖୁଣ୍ଟ ଉପୁଡ଼ି ଯିବା ସହ ଅନ୍ୟାନ୍ୟ ବହୁ କ୍ଷୟକ୍ଷତି ହୋଇଛି।

ପ୍ରାଥମିକ ରିପୋର୍ଟ ଅନୁସାରେ ଭରତପୁରରେ ୧୧ ଜଣ, ଅଲ୍‌ଓ୍ଵାର୍‌ରେ ୪ ଜଣ, ଢୋଲ୍‌ପୁରରେ ୫ ଜଣ ଏବଂ ଝୁନ୍‌ଝୁନୁ ଏବଂ ବିକାନେର୍‌ରେ ଜଣେ ଲେଖାଏଁ ଲୋକ ମରିଛନ୍ତି।

ଅଲ୍‌ଓ୍ଵାର୍‌ରେ ଝଡ଼ବତାସ ସବୁଠୁ ଅଧିକ କ୍ଷତି କରିଛି। ସେଠାରେ ୧୦୦ରୁ ଅଧିକ ଗଛ ଉପୁଡ଼ି ପଡ଼ିଛି। ସେଥି ମଧ୍ୟରୁ ଅଧିକାଂଶ ଗଛ ପାର୍କ କରାଯାଇଥିବା ଯାନବାହନ ଓ ବିଜୁଳି ତାର ଉପରେ ପଡ଼ିଛି। ଫଳରେ ଅଧିକ ଧନଜୀବନ କ୍ଷୟକ୍ଷତି ଆଶଙ୍କାରେ ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା।

ଅଲ୍‌ଓ୍ଵାର୍‌ ପାଓ୍ଵାର୍‌ ଡିଷ୍ଟ୍ରିବ୍ୟୁସନ୍‌ କମ୍ପାନିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଡିପି ସିଂହ କହନ୍ତି: ବତାସ ଯୋଗୁଁ ୧୦୦୦ ରୁ ଊର୍ଦ୍ଧ୍ୱ ବିଜୁଳି ଖୁଣ୍ଟ ଉପୁଡ଼ି ଯାଇ ଥିବାରୁ ସହର ଅନ୍ଧକାର ହୋଇଯାଇଛି। ସେ ସବୁକୁ ସଜାଡ଼ି ବିଜୁଳି ସଂଯୋଗ ଦେବାକୁ ଅନ୍ୟୂନ ଦୁଇ ଦିନ ଲାଗିବ।

ସତର୍କତା ଜାରି କରିବା ସହ ରାଜ୍ୟ ସରକାର ଷ୍ଟେଟ୍‌ ଡିଜାଷ୍ଟର୍‌ ରିଲିଫ୍‌ ଫୋର୍ସକୁ କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକୁ ପଠାଇଛନ୍ତି।

ସମ୍ବନ୍ଧିତ ଖବର