କେନ୍ଦ୍ର ସରକାରଙ୍କ ‘କ୍ଲିନ୍‌-ଅପ୍‌’ ଅଭିଯାନ: ଦୁର୍ନୀତି କରିଥିବା କାରଣରୁ ବହିଷ୍କାର ହେଲେ ୨୨ ଜଣ ଟିକସ ଅଧିକାରୀ

ନୂଆଦିଲ୍ଲୀ: ଦୁର୍ନୀତି ଏବଂ ସାଙ୍ଘାତିକ ଅନିୟମିତତା ଯୋଗୁଁ କେନ୍ଦ୍ର ସରକାର ୨୨ ଜଣରୁ ଊର୍ଦ୍ଧ୍ୱ ଟିକସ ଅଧିକାରୀଙ୍କୁ ବହିଷ୍କାର କରିଛନ୍ତି ବୋଲି ସୋମବାର ଦିନ ଘୋଷଣା କରାଯାଇଛି। ଟିକସ ବିଭାଗକୁ ଲଜ୍ଜିତ କରିଥିବା ଅଧିକାରୀମାନଙ୍କୁ ବହିଷ୍କାର କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଥିବା ପ୍ରତିବଦ୍ଧତାର ଏହା ହେଉଛି ଅଂଶବିଶେଷ।

ସିବିଆଇ କହିଛି, ଦୁର୍ନୀତି ଏବଂ ଅନ୍ୟାନ୍ୟ ଅଭିଯୋଗ ଓ ସିବଆଇ ଦ୍ୱାରା ଧରାପଡ଼ିଥିବା ମୌଳିକ ନିୟମ ୫୬ (ଜେ) ଅଧୀନରେ ସୁପରିଣ୍ଟେଣ୍ଡେଣ୍ଟ୍‌/ପ୍ରଶାସନିକ ଅଧିକାରୀ ପାହ୍ୟାର ଆହୁରି ୨୨ ଜଣ ବରିଷ୍ଠ ଅଧିକାରୀଙ୍କୁ ‘ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଇନ୍‌ଡାଇରେକ୍ଟ୍‌ ଟ୍ୟାକ୍‌ସେସ୍‌ ଆଣ୍ଡ୍‌ କଷ୍ଟମ୍‌ସ୍‌ (ସିବିଆଇସି) ବାଧ୍ୟତାମୂଳକ ଭାବେ ଅବସର ଦେଇଛି।

Image Source: Zee News

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଅକ୍ଟୋବର ପହିଲାରୁ ଆୟକର ଅଧିକାରୀଙ୍କ ଦ୍ୱାରା ଦିଆ ଯାଉଥିବା ସମସ୍ତ ନୋଟିସ୍‌, ସମନ୍‌ ଏବଂ ଅନ୍ୟାନ୍ୟ ଆଦେଶ ସେଣ୍ଟ୍ରାଲାଇଜ୍‌ଡ୍‌ କମ୍ପ୍ୟୁଟର୍‌ ସିଷ୍ଟମ୍‌ରେ ଜାରି କରାଯିବ। ଏଥିରେ ଏକ କମ୍ପ୍ୟୁଟର୍‌-ଜେନେରେଟେଡ୍‌ ୟୁନିକ୍‌ ଡକୁମେଣ୍ଟ୍‌ ଆଇଡେଣ୍ଟିଫିକେସନ୍‌ ନମ୍ବର ରହିବ।

ସମ୍ବନ୍ଧିତ ଖବର