ସେନା, ଆଇଏସଆଇକୁ ସମାଲୋଚନା କରିବାରୁ ପାକିସ୍ତାନୀ ସାମ୍ବାଦିକଙ୍କୁ ହତ୍ୟା

ଇସ୍ଲାମାବାଦ : ପାକିସ୍ତାନରେ ସର୍ବଶକ୍ତିମାନ ବୋଲାଉଥିବା ସେନା ଓ ତାହାର କୁଖ୍ୟାତ ଗୁଇନ୍ଦା ଏଜେନ୍ସି ଆଇଏସ୍‌ଆଇକୁ ସୋସିଆଲ ମିଡିଆରେ ସମାଲୋଚନା କରିବା ମହଙ୍ଗା ପଡିଛି ଜଣେ ୨୨ ବର୍ଷୀୟ ପାକିସ୍ତାନୀ ଯୁବକଙ୍କୁ । ତାଙ୍କୁ ରବିବାର ରାତିରେ ଜଣେ ଅଜଣା ଆତତାୟୀ ଛୁରୀଭୁଷି ହତ୍ୟା କରିଛି । ଏହି ଯୁବକଙ୍କ ନାମ ହେଉଛି ମହମ୍ମଦ ବିଲାଲ ଖାଁ । ତାଙ୍କର ଟ୍ଵିଟରରେ ୧୬ ହଜାର ଓ ୟୁଟ୍ୟୁବରେ ୪୮ ହଜାର ଓ ଫେସବୁକରେ ୧୮ ହଜାର ଫଲୋଅର ଅଛନ୍ତି ।

ସେ ମଧ୍ୟ ଜଣେ ମୁକ୍ତବୃତ୍ତି (ଫ୍ରିଲାନ୍ସର) ସାମ୍ବାଦିକଭାବେ କାମ କରୁଥିଲେ । ନିଜ ସୋସିଆଲ ମିଡିଆ ପୋଷ୍ଟ ଓ ଲେଖାଗୁଡଡ଼ିକରେ ସେ ପାକିସ୍ତାନୀ ସେନା ଓ ଆଇଏସଆଇକୁ ସମାଲୋଚନା କରୁଥିଲେ । ରବିବାର ରାତିରେ ତାଙ୍କୁ ଜଣେ ବ୍ୟକ୍ତି ଫୋନ କରି ଇସ୍ଲାମାବାଦର ସେକ୍ଟର ଜି-୯ ଅଞ୍ଚଳକୁ ଆସବାକୁ କହିଥିଲା । ସେ ନିଜର ଜଣେ ବନ୍ଧୁଙ୍କ ସହ ସେଠାରେ ପହଞ୍ଚିବା ପରେ ତାଙ୍କୁ ଜବରଦସ୍ତି ନିକଟସ୍ଥ ଏକ ଜଙ୍ଗଲିଆ ଅଞ୍ଚଳକୁ ନେଇଯାଇଥିଲା । ସେଠାରେ ତାଙ୍କୁ ଛୁରୀ ଭୁଷି ହତ୍ୟା କରିଥିଲା ବୋଲି ପୁଲିସ କହିଛି । ତେବେ ଉକ୍ତ ଅଞ୍ଚଳରେ ବନ୍ଧୁକ ଫୁଟିବା ଶବ୍ଦ ଶୁଣାଯାଇଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ବିଲାଲଙ୍କ ହତ୍ୟାକୁ ନେଇ ପାକିସ୍ତାନରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ହତ୍ୟା ପଛରେ ସେନାର ହାତ ଥିବା ଲୋକମାନେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର