ସଫ୍ଟଓ୍ଵାର ଖରାପ,ଏୟାରଇଣ୍ଡିଆର ୨୩ଟି ଫ୍ଲାଇଟ ବିଳମ୍ବିତ
ନୂଆଦିଲ୍ଲୀ : ଦେବାଳିଆ ସ୍ଥିତିରେ ଥିବା ରାଷ୍ଟ୍ରାୟତ ବିମାନସେବା କମ୍ପାନି ଏୟାରଇଣ୍ଡିଆର ସମସ୍ୟା ଶେଷହେବାର ନାଁ ଧରୁନାହିଁ । ଆଜି ଏହାର ଚେକ-ଇନ ସଫ୍ଟଓ୍ଵାରରେ ତ୍ରୁଟି ଦେଖାଯିବାରୁ ପ୍ରାୟ ୨୩ ଟି ଫ୍ଲାଇଟ ଉଡାଣରେ ବିଳମ୍ବ ହୋଇଛି । ଏହି ସଫ୍ଟଓ୍ଵାରଟି ପ୍ରାୟ ୧୫ରୁ ୩୦ ମିନିଟ୍ ଖରାପ ରହିଥିଲା । ଏହା ଯୋଗୁଁ ଫ୍ଲାଇଟ ଗୁଡ଼ିକ ବିଳମ୍ବ ହୋଇଥିଲା ବୋଲି କମ୍ପାନି ତରଫରୁ କୁହାଯାଇଛି । ଅପରାହ୍ନ ୧ଟାରୁ ୨ଟା ୩୦ ମିନିଟ ପର୍ଯ୍ୟନ୍ତ କମ୍ପାନିର ଚେକ ଇନରେ ସମସ୍ୟା ଦେଖାଦେଇଥିଲା । ସଫ୍ଟଓ୍ଵାର ଖରାପ ଥିବାରୁ ପାରମ୍ପରିକ ଉପାୟରେ ଚେକ-ଇନ ଓ ବୋଡିଂ କରାଯାଇଥିଲା । ଏୟାରଇଣ୍ଡିର ଏହି ସଫ୍ଟଓ୍ଵାରକୁ ସିଟା ନାମକ ଆଇଟି କମ୍ପାନି ପରିଚାଳନା କରିଥାଏ ।
Sambad is now on WhatsApp
Join and get latest news updates delivered to you via WhatsApp
ଏୟାର ଇଣ୍ଡିଆକୁ ବିକ୍ରି କରିବାକୁ ସରକାର କିଛି ମାସ ତଳେ ଡାକିଥିବା ନିଲାମ ବିଫଳ ହେବା ପରେ ସରକାର ଏବେ ନିଜର ଯୋଜନାରେ କେତେକ ପରିବର୍ତ୍ତନ କରୁଛନ୍ତି । ଏଥର ୧୦୦ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ସରକାର ଚିନ୍ତା କରୁଛନ୍ତି ।