କାବୁଲ : ଆଫଗାନିସ୍ତାନର ରାଜଧାନୀ କାବୁଲ ସ୍ଥିତ ଏକ ପ୍ରମୁଖ ଗୁରୁଦ୍ବାରରେ ଆଜି ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ୨୫ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୪୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ମଧ୍ୟ ଘଟିଥିବା ରିପୋର୍ଟ ମିଳିଛି। କାବୁଲର ସୋର୍ ବଜାର ଅଂଚଳ ସ୍ଥିତ ଗୁରୁଦ୍ବାରରେ ସକାଳ ୭ଟା ୪୫ରେ ଏହି ଆକ୍ରମଣ ହୋଇଥିଲା। କାବୁଲ ସହରରେ ହଜାର ହଜାର ସଂଖ୍ୟାରେ ଶିଖ୍ ଧର୍ମାବଲମ୍ବୀ ରହିଥିବା ବେଳେ ସେମାନଙ୍କ ଉପରେ ଏଭଳି ବଡ଼ ଆକ୍ରମଣ ପ୍ରଥମ ବୋଲି କୁହାଯାଉଛି। ଏହି ଘଟଣା ପରେ ସୁରକ୍ଷା ବାହିନୀ ପକ୍ଷରୁ ବଡ଼ ଧରଣର ଚଢ଼ଉ ଅଭିଯାନ ଆରମ୍ଭ ହୋଇଛି। ଆତଙ୍କବାଦୀ ସଂଗଠନ ଇସ୍ଲାମିକ ଷ୍ଟେଟ୍ (ଆଇଏସ୍) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଆଫଗାନ ସେନା କାର୍ଯ୍ୟାନୁଷ୍ଠାନରେ ଜଣେ ଆଇଏସ୍ ଆତଙ୍କବାଦୀ ନିପାତ ହୋଇଛି।
କାବୁଲ ଗୁରୁଦ୍ବାରରେ ବିସ୍ଫୋରଣ, ୨୫ ମୃତ, ଆକ୍ରମଣ ପଛରେ ଇସ୍ଲାମିକ ଷ୍ଟେଟ୍
/sambad/media/post_attachments/wp-content/uploads/2020/03/kabul-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)