ବାଜପେୟୀଙ୍କ ଶବ ଶୋଭାଯାତ୍ରା ପାଇଁ ଦିଲ୍ଲୀର ୨୫ ରାସ୍ତା ବନ୍ଦ ରହିବ

ନୂଆଦିଲ୍ଲୀ: ଶୁକ୍ରବାର ଅପରାହ୍ଣ ୪ଟା ବେଳେ ରାଷ୍ଟ୍ରୀୟ ସ୍ମୃତି ସ୍ଥଳ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶବ ସତ୍କାର କରାଯିବ।

ଦୀନ ଦୟାଲ ମାର୍ଗସ୍ଥିତ ବିଜେପି ମୁଖ୍ୟାଳୟରୁ ଦିବା ୧ଘଟିକା ସମୟରେ ଅନ୍ତିମ ଶୋଭାଯାତ୍ରା ବାହାରିବ। ଦିନ ୯ଟା ପର ଠାରୁ ବିଜେପି ମୁଖ୍ୟାଳୟରେ ସର୍ବସାଧାରଣ ବାଜପେୟୀଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ କରିପାରିବେ।

ଲାଲ ବାହାଦୁର ଶାସ୍ତ୍ରୀଙ୍କ ବିଜୟ ଘାଟ ଏବଂ ଜବାହରଲାଲ୍‌ ନେହେରୁଙ୍କ ସ୍ମାରକୀ ଶାନ୍ତି ବନ ମଧ୍ୟରେ ଅବସ୍ଥିତ ସ୍ମୃତି ସ୍ଥଳ ଠାରେ ଶବ ଶୋଭାଯାତ୍ରା ସମାପ୍ତ ହେବ।

ଏଥିପାଇଁ ଦିଲ୍ଲୀ ପୁଲିସ ଜାତୀୟ ରାଜଧାନୀ ନିମନ୍ତେ ଟ୍ରାଫିକ୍‌ ଆଡ୍‌ଭାଇଜରି ଜାରି କରିଛି।

ସୁରୁଖୁରୁରେ ବାଜପେୟୀ ଅନ୍ତିମ ଯାତ୍ରା ସମାପନ କରିବା ନିମନ୍ତେ କୃଷ୍ଣ ମେନନ୍‌ ମାର୍ଗ, ଜନପଥ ଏବଂ ଇଣ୍ଡିଆ ଗେଟ୍‌ ସି-ହେକ୍ସାଗନ୍‌ ସମେତ କେନ୍ଦ୍ରୀୟ ଦିଲ୍ଲୀକୁ ପଡ଼ିଥିବା ପ୍ରାୟ ସମସ୍ତ ରାସ୍ତା ସକାଳ ୮ଟା ଠାରୁ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ବନ୍ଦ ରହିବ।

ସମ୍ବନ୍ଧିତ ଖବର