ରାୟପୁର : ଛତିଶଗଡ ରାଜଧାନୀ ରାୟପୁରରେ ଥିବା ପାର୍ଲେ ଜି ବିସ୍କୁଟ କାରଖାନାରେ କାମ କରୁଥିବା ୨୬ ଜଣ ଶିଶୁ ଶ୍ରମିକଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି । ଏହି ଶିଶୁ ଶ୍ରମିକମାନଙ୍କ ମଧ୍ୟରୁ କେତେକ ଓଡ଼ିଶାର ବୋଲି ଜଣାପଡିଛି । ଅନ୍ୟ ଶିଶୁମାନେ ଝାଡ଼ଖଣ୍ଡ,ବିହାର, ମଧ୍ୟପ୍ରଦେଶର ବୋଲି ଜଣାପଡିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସହର ଉପକଣ୍ଠ ଅମାସିବନି ଅଞ୍ଚଳରେ ଥିବା ଏହି କାରଖାନାରେ ଅନେକ ଶିଶୁ ଶ୍ରମିକ କାମ କରୁଥିବା ଜିଲ୍ଲା ଟାସ୍କ ଫୋର୍ସ ଖବର ପାଇଥିଲା । ଏହି ସୂଚନା ମିଳିବା ପରେ ଉକ୍ତ କାରଖାନାରେ ଚଢଉ କରାଯାଇଥିଲା । ଏସବୁ ଶିଶୁମାନଙ୍କ ବୟସ ୧୨ରୁ ୧୬ ବର୍ଷ ମଧ୍ୟରେ ରହିଛି । ସେମାନଙ୍କୁ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ କାମ କରାଯାଉଥିଲା, କିନ୍ତୁ ମାସକୁ ମାତ୍ର ୫ ହଜାରରୁ ୭ ହଜାର ଟଙ୍କା ଦରମା ଦିଆଯାଉଥିଲା ବୋଲି ପୁଲିସ ସୁତ୍ରରୁ ଜଣାପଡିଛି । ଉଦ୍ଧାର ହୋଇଥିବା ଏହି ଶିଶୁମାନଙ୍କୁ ଶିଶୁ ସୁରକ୍ଷା କେନ୍ଦ୍ରରୁ ପଠାଇଦିଆଯାଇଛି ।