ହାଓଡ଼ା ପୋଲ ଉପରେ ୨୬୯ଫୁଟ ଉଚ୍ଚରେ ଠିଆ ହୋଇ ପ୍ରାର୍ଥନା କଲେ ଯୁବକ ! କାରଣ କ’ଣ ଜାଣନ୍ତୁ?

ହାଓ୍ଵଡ଼ା : ଭାରତରେ ଦିନକୁ ଦିନ ଦାରିଦ୍ର୍ୟ ବଢ଼ିବାରେ ଲାଗିଛି। ପ୍ରତିଦିନ ଲୋକମାନେ ସାମ୍ନା କରୁଥିବା ଦୁଃଖକୁ କମ୍‌ କରିବା ପାଇଁ ବିହାରର ଜଣେ ଯୁବକ ଏକ ଦୁଃସାହାସିକ କାମ କରିଛନ୍ତି । ଭଗବାନଙ୍କୁ ଭାରତରେ ଥିବା ଏହି ଦୁଃଖ ବିଷୟରେ ଜଣାଇବା ପାଇଁ କୋଲକାତାରେ ଥିବା ହାଓ୍ଵଡ଼ା ସେତୁ ଉପରେ ଚଢ଼ି ପ୍ରାର୍ଥନା କରିଥିବା ଜଣା ପଡ଼ିଛି । ୨୬ ବର୍ଷୀୟ ଯୁବକ ଜଣଙ୍କ ସୋମବାର ସେତୁ ଉପରକୁ ଯାଇ ମା’ ଗଙ୍ଗାଙ୍କୁ ଏହି ଅସୁବିଧା ବିଷୟରେ ଜଣାଉଥିବାର ଦେଖିବାକୁ ମିଳିଥିଲା । ବିହାରର ବକ୍ସର୍‌ରୁ ଆସିଥିବା ଅରୁଣ କୁମାରଙ୍କୁ ଏପରି କରୁଥିବା ଦେଖି ତାଙ୍କୁ ତଳକୁ ଆଣିବା ପାଇ ଁ ପୁଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ ପାଖା ପାଖି ଘଣ୍ଟାଏ ସମୟ ଲାଗିଥିଲା । ତଳକୁ ଅଣାଯିବା ପରେ ତାଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନା ପଠା ଯାଇଥିବା ଜଣା ପଡ଼ିଛି ।

Indiatimes.com

ସୂଚନା ମୁତାବକ, ବିହାରର ଏକ ସ୍କୁଲରେ ଶିକ୍ଷକ ଭାବେ କାମ କରୁଥିବା ଅରୁଣ କୁମାର ଚାକିରି ଛାଡ଼ି ଧର୍ମକୁ ନେଇ ହେଉଥିବା ଘଟଣା ଉପରେ ଅଧିକ ଧ୍ୟାନ ଦେବା ଆରମ୍ଭ କରିଥିଲେ । ସୋମବାର ସକାଳେ ସେ ଭାରତରେ ଉପୁଜିଥିବା ବିଭିନ୍ନ ଅସୁବିଧା ବିଷୟରେ ଜଣାଇବା ପାଇଁ ହାଓ୍ଵାଡ଼ା ସେତୁର ପିଲାର୍‌-୩ରେ ଚଢ଼ି ଯାଇଥିଲେ । କିଛି ସମୟ ପରେ ଏହା ଲୋକଙ୍କ ନଜରକୁ ଆସିବା ପରେ ସେମାନେ ଏ ନେଇ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅରୁଣଙ୍କୁ ତଳକୁ ଆସିବା ପାଇଁ କହିଥିଲେ ମଧ୍ୟ ସେ ଶୁଣି ନଥିଲେ । ପୁଲିସର ଉଦ୍ୟମକୁ ଦେଖି ଅରୁଣ ଆତ୍ମହତ୍ୟା ପାଇଁ ଚେଷ୍ଟା କରିବାରୁ ନିରୁପାୟ ହୋଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା ପୁଲିସ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚିବା ପରେ ଶୁଦ୍ଧ ହିନ୍ଦୀରେ ଅରୁଣଙ୍କ ସହ ଜଣେ ଅଗ୍ନିଶମ ବିଭାଗର କର୍ମଚାରୀ କଥା ହେବା ସହ ତାଙ୍କୁ ପ୍ରାର୍ଥନା ପାଇଁ ଏହା ଠାରୁ ଭଲ ସ୍ଥାନକୁ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

timesofindia.indiatimes.com

ଏହା ପରେ ତାଙ୍କୁ ତଳକୁ ଅଣାଯାଇ ଡ଼ାକ୍ତରଖାନା ନିଆ ଯାଇଥିଲା । ଡ଼ାକ୍ତରଖାନା ଦେଖି ସେ ପୁଣି ଥରେ ଖସି ଯିବା ପାଇଁ ଚେଷ୍ଟା କରୁଥିବା ବେଳେ ଏଠାକୁ ରୋଗୀମାନଙ୍କ ପାଇଁ ପ୍ରାର୍ଥନା କରିବା ପାଇଁ ଅଣା ଯାଇଛି ବୋଲି କହିବା ପରେ ସେ ଭିତରକୁ ଯାଇଥିଲେ । ଅନ୍ୟ ପକ୍ଷରେ ଅରୁଣଙ୍କର ମାନସିକ ରୋଗ ଥିବା ଜାଣି ତାଙ୍କ ବାପା ସତ୍ୟନାରାୟଣ ପ୍ରସାଦ ଚିକିତ୍ସ କରିଥିଲେ ମଧ୍ୟ ତାହାର କିଛି ଫଳାଫଳ ମିଳି ନଥିଲା ବୋଲି କହିଛନ୍ତି ।

 

ସମ୍ବନ୍ଧିତ ଖବର