ସାରଜାହ ଜେଲ୍‌ରୁ ମୁକ୍ତ ହେବେ ୧୪୯ ଭାରତୀୟ କଏଦୀ

ସାରଜାହ ଅମୀରଙ୍କୁ ଧନ୍ୟବାଦ ଦେଲେ ସୁଷମା

ନୂଆଦିଲ୍ଲୀ : ଶରଜାହ ଜେଲ୍‌ରେ ଜେଲ୍‌ ଦଣ୍ଡ ଭୋଗୁଥିବା ୧୪୯ ଭାରତୀୟ କଏଦି ଖୁବ୍‌ ଶୀଘ୍ର ମୁକ୍ତ ହେବେ ବୋଲି ଶରଜାହର ଅମୀର ସୁଲତାନ ବିନ ମୋହମ୍ମଦ ଅଲ-କସିମୀ ଘୋଷଣା କରିଛନ୍ତି। ଏମିରେଟ୍‌ ସୁଲତାନ୍‌ ଘୋଷଣା କରିଛନ୍ତି ଯେ ଶରଜାହରେ କାରାବରଣ କରିଥିବା ସମସ୍ତ ଭାରତୀୟ କଏଦୀ ଯେଉଁମାନେ ଜଘନ୍ୟ ଅପରାଧ କରିନାହାନ୍ତି ସେମାନଙ୍କୁ ଖଲାସ କରାଯିବ। ଏହି ଘୋଷଣା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଶମା ସ୍ୱରାଜ ଅମୀର ସୁଲତାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନଙ୍କ ଅନୁରୋଧ କ୍ରମେ ଶରଜାହ ଅମୀର ଏହି ଘୋଷଣା କରିଛନ୍ତି। ରାଜ ଭବନରେ ଏକ ଉତ୍ସବ ଅବସରରେ ଅଲ କସିମୀଙ୍କୁ କାଲିକଟ୍‌ ୟୁନିଭର୍ସିଟିର ଅନୋରାରୀ ଡକ୍ଟୋରେଟ୍‌ ଡି’ଲିଟ୍‌ ପ୍ରଦାନ କରାଯାଇଥିବାବେଳେ ସେହିି ସମୟରେ ପିନାରାୟି ଶରଜାହରେ ବନ୍ଦି ଥିବା କେରଳ କଏଦୀମାନଙ୍କୁ ମୁକ୍ତ କରିବାକୁ ଅନୁରୋଧ କରିଥିଲେ। ପ୍ରତ୍ୟୁତ୍ତରରେ କସିମୀ କହିଥିଲେ ଯେ କେବଳ କେରଳ ଲୋକ ଶରଜାହ ଜେଲରେ ବନ୍ଦି ହୋଇନାହାନ୍ତି ଅନ୍ୟସବୁ ଦେଶର ବିଭିନ୍ନ ଲୋକ ମଧ୍ୟ ଶରଜାହ ଜେଲ୍‌ରେ ବନ୍ଦି ହୋଇ ରହିଛନ୍ତି। ଜଘନ୍ୟ ଅପରାଧ ଘଟାଇନଥିବା ଏବଂ ଅତି ଛୋଟମୋଟ ଅପରାଧ ଘଟାଇଥିବା କଏଦୀମାନଙ୍କୁ ଖୁବ୍‌ଶୀଘ୍ର ମୁକ୍ତ କରାଯିବ ବୋଲି ସେ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର