ଗଙ୍ଗାରେ ଆକସ୍ମିକ ଜଳସ୍ତର ବୃଦ୍ଧି ପାଇବା ହେତୁ ଡଙ୍ଗା ବୁଡ଼ି ୨୭ ଜଣ ନିଖୋଜ, ଉଦ୍ଧାରକାର୍ଯ୍ୟ ଜାରି

ବିଜନୋର: ଉତ୍ତରପ୍ରଦେଶ ବିଜନୋରରେ ଏକ ବଡ଼ ଅଘଟଣ ଘଟିଛି। ଏହି ଦୁର୍ଘଟଣା ଗଙ୍ଗା ନଦୀରେ ଘଟିଛି। ନଦୀ ପାର କରୁଥିବା ସମୟରେ ଆକସ୍ମିକ ଭାବେ ଜଳସ୍ତର ବଢ଼ି ଯିବା ହେତୁ ଡଙ୍ଗା  ଓଲଟି ପଡିଥିଲା। ଏହି ଡଙ୍ଗାରେ ବସିଥିବା ସମସ୍ତ ଯାତ୍ରୀ ବୁଡିଯିବାର ଖବର ମିଳିଛି। ଡଙ୍ଗା ବୁଡ଼ିବା ସମୟରେ ସେଥିରେ ୨୭ଜଣ ଯାତ୍ରୀ ବସିଥିଲେ। ନଦୀରେ ବୁଡି ଯାଇଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର ଲାଗି ଉଦ୍ୟମ ଜାରି ରହିଛି।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ବିଜନୋର ଜିଲ୍ଲାରେ ମଣ୍ଡାବା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ନଦୀରେ ନିଖୋଜ ହୋଇଥିବା ସମସ୍ତ ଲୋକ ବେଭଗଲଗଢ଼ ଗ୍ରାମର ବୋଲି ଜଣାପଡ଼ିଛି। ଏମାନେ ସମସ୍ତେ ଗୋଖାଦ୍ୟ ଆଣିବାକୁ ଯାଇଥିଲେ। ସମସ୍ତେ ଏକ ବଡ଼ ଡଙ୍ଗାରେ ଗୋଖାଦ୍ୟ ନେଇ ନିଜ ଗ୍ରାମକୁ ଫେରୁଥିଲେ। ଆକସ୍ମିକ ଭାବେ ଗଙ୍ଗା ନଦୀରେ ଜଳସ୍ତର ବୃଦ୍ଧି ପାଇବା ହେତୁ ଡଙ୍ଗା ସହ ସମସ୍ତେ ବୁଡ଼ି ଯାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଜିଲ୍ଲା ପ୍ରାଶସନ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର