ମୃତ୍ୟୁ ଏମିତି ବି ଆସେ! ଜନ୍ମଦିନ ପାଲଟିଲା ମରଣ ଦିନ

ମୁମ୍ବାଇ: କିଏ କ’ଣ ଜାଣିଥାଏ ମୃତ୍ୟୁ, କେବେ, କେଉଁଠି ଆଉ କେମିତି ଆସେ? ଜାଣିଥିଲେ କ’ଣ କେହି କେବେ ନିଜ ମୃତ୍ୟୁର କିଛି କ୍ଷଣ ପୂର୍ବରୁ ଜନ୍ମଦିନ ଉତ୍ସବ ମନାନ୍ତା! ମୁମ୍ବାଇର ଲୋୟର୍‌ ପାରେଲ୍‌ ଅନ୍ତର୍ଗତ କମଳା ମିଲ୍‌ସରେ ଭୟାବହ ଅଗ୍ନିକାଣ୍ଡ ଘଟି ବହୁ କ୍ଷୟ କ୍ଷତି ହୋଇଥିବା କଥା ଆପଣ ଜାଣିଥିବେ ନିଶ୍ଚୟ। ମାତ୍ର କିଛି ସମୟ ତଳେ ଏପରି ଏକ ଖବର ହସ୍ତଗତ ହୋଇଛି ଯାହାକୁ ଶୁଣି ଯେ କେହି ବି ଭାବପ୍ରବଣ ହୋଇଉଠିବେ। ଅଗ୍ନିକାଣ୍ଡ ଘଟିଥିବା କମଳା ମିଲ୍‌ସ କମ୍ପ୍ଲେକ୍ସରେ ଏକ ରେଷ୍ଟୁରାଣ୍ଟରେ ନିଜର ୨୯ ତମ ଜନ୍ମ ଦିବସ ପାଳନ କରୁଥିଲେ ଜଣେ ଯୁବତୀ। ଅଗ୍ନିକାଣ୍ଡର କିଛି କ୍ଷଣ ପୂର୍ବରୁ ଯୁବତୀ ଜଣକ ନିଜର ଜନ୍ମଦିନ କେକ୍‌ କାଟୁଥିବାର ଏକ ଭିଡିଓ ଦେଖିବାକୁ ମିଳିଥିଲା। ମାତ୍ର ଜନ୍ମଦିନ ପାଳନ ଅଧାରୁ ରହିଲା। ଖୁସି ମନେଇବା ଶେଷ ନହଉଣୁ ଘେରିଗଲା ବିଷାଦ। ଅଗ୍ନିକାଣ୍ଡରେ ଚାଲିଗଲା ଯୁବତୀଙ୍କ ଜୀବନ।

ଉଲ୍ଲେଖଯୋଗ୍ୟ, ଗୁରୁବାର ରାତି ପ୍ରାୟ ୧୨.୩୦ ସମୟରେ ମୁମ୍ବାଇର ଲୋୟର୍‌ ପାରେଲ୍‌ ଅନ୍ତର୍ଗତ କମଳା ମିଲ୍‌ସରେ ନିଆଁ ଲାଗିଯିବାରୁ ୧୧ ଜଣ ମହିଳାଙ୍କ ସମେତ ସମୁଦାୟ ୧୫ ଜଣଙ୍କର ମୃତ୍ୟୁ ଘଟିଯାଇଛି। ଅନ୍ୟ ୨୩ ଜଣ ଗୁରୁତର ଥିବା ଜାଣିବାକୁ ମିଳିଛି। ପ୍ରାୟ ୨୦୦ରୁ ଊର୍ଧ୍ୱ ବ୍ୟକ୍ତି ଏହି ଅଗ୍ନିକାଣ୍ଡରେ ଫସିଯାଇଥିଲେ ବୋଲି ଜାଣିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର