କେରଳ ବର୍ଷା ବିତ୍ପାତ : ମୃତ୍ୟୁସଂଖ୍ୟା ୨୯, ୫୪,୦୦୦ ବାସହୀନ; ସେକେଣ୍ଡ ପିଛା ଇଡୁକ୍କି ଜଳଭଣ୍ଡାର ଛାଡ଼ୁଛି ୭୫୦,୦୦୦ ଲିଟର ଜଳ; ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି

1 996

ଥିରୁବନନ୍ତପୁରମ୍: ଲଗାଣ ବର୍ଷା କେରଳରେ ପ୍ରଳୟଙ୍କରୀ ରୂପ ଦେଖାଇଛି। ରାଜ୍ୟରେ ଭୟଙ୍କର ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଦୁଇ ଦିନ ଭିତରେ ମୃତ୍ୟୁସଂଖ୍ୟା ୨୯ରେ ପହଞ୍ଚିଛି ଓ ୫୪,୦୦୦ ଲୋକ ବାସହୀନ ହୋଇପଡ଼ିଛନ୍ତି। ରାଜ୍ୟର ୪୦ଟି ନଦୀରେ ବନ୍ୟା ଆସି ଏଭଳି ପରିସ୍ଥିତି ଦେଖାଦେଇଛି। ତେବେ ଆଶ୍ବାସନାର ବିଷୟ ହେଲା ବର୍ଷାର ମାତ୍ରା କମିଛି। ଅନ୍ୟ ପକ୍ଷରେ ଇଡ୍ଡୁକି ଜଳଭଣ୍ଡାରରେ ଜଳସ୍ତର ମଧ୍ୟ ହ୍ରାସ ପାଇଛି।
ବିଗତ ୨୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଇଡୁକ୍କି ଜଳଭଣ୍ଡାରର ଚେରୁଥୋନି ଡ୍ୟାମ୍ର ସମସ୍ତ ୫ଟି ଯାକ ଗେଟ୍ ଖୋଲାଯାଇଛି। ଇଡ୍ଡୁକି ଜିଲ୍ଲାପାଳ ଜୀବନ ବାବୁ କହିଛନ୍ତି ଯେ ବର୍ତ୍ତମାନ ସେକେଣ୍ଡ ପିଛା ୭୫୦,୦୦୦ ଲିଟର ଜଳ ଛଡ଼ା ଯାଉଛି। ଏହାବାଦ୍ ରାଜ୍ୟରେ ଆହୁରି ୨୪ ରୁ ଊର୍ଦ୍ଧ୍ୱ ଡ୍ୟାମ୍ ମଧ୍ୟ ବିପଜ୍ଜନ ସ୍ଥିତିରେ ଥିବାରୁ ସେଥିରୁ ପାଣି ଛାଡ଼ିଦିଆଯାଇଛି। ତେବେ ବର୍ଷା କମିବା ଫଳରେ ପରିସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି।

Panda Mobile only

ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ହେତୁ ମୁନ୍ନାର ରେସୋର୍ଟରେ ଫସି ରହିଥିବା ୬୦ ପର୍ଯ୍ୟଟକଙ୍କୁ ଇତିମଧ୍ୟରେ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆ ଯାଇଛି। । ସେମାନଙ୍କ ମଧ୍ୟରେ ୨୦ ଜଣ ବିଦେଶୀ ଥିବା ଜଣାପଡ଼ିଛି। ତେବେ ଆଜି କୌଣସି ସ୍ଥାନରେ ଭୂସ୍ଖଳନ ହୋଇନଥିବା ଜଣାପଡ଼ିଛି। ଇଡୁକ୍କି, ଓ୍ଵାୟନଡ଼, ଏର୍ନାକୁଲମରେ ସମସ୍ତ ସ୍କୁଲ୍ କଲେଜ୍ ବନ୍ଦ କରି ଦିଆଯାଇଛି। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସମ୍ପୃକ୍ତ ଅଞ୍ଚଳରେ ରେଡ୍ ଆଲର୍ଟ ଜାରି କରାଯାଇଛି।
ପ୍ରଭାବିତ ଅଞ୍ଚଳରୁ ସେନା ସହାୟତାରେ ୧୬୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି ଏବଂ ପାଖାପାଖି ୫୦୦ ଆଶ୍ରୟସ୍ଥଳ ଖୋଲାଯାଇଛି। ଉଦ୍ଧାର କାର୍ଯ୍ୟରେ ସ୍ଥଳ ସେନା, ନୌସେନା ଏବଂ ତଟରକ୍ଷୀ ବାହିନୀ ନିୟୋଜିତ ହୋଇଛନ୍ତି। ୨୪ଟି ସ୍ଥାନରେ ସେନାବାହିନୀ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚଳାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନଙ୍କ ସହ ଆଲୋଚନା କରି ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ଆଶ୍ୱସ୍ତି ପ୍ରଦାନ କରିଛନ୍ତି। କର୍ଣ୍ଣାଟକ ସରକାର ମଧ୍ୟ କେରଳ ପାଇଁ ୧୦ କୋଟି ଟଙ୍କାର ବନ୍ୟା ସହାୟତା ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ କେରଳର ସବୁ ଦଳର ସାଂସଦମାନେ ଶୁକ୍ରବାର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟି କେରଳକୁ ଏକ ସ୍ୱତନ୍ତ୍ର ରିଲିଫ୍ ପ୍ୟାକେଜ୍ ଦେବାପାଇଁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 Comment
  1. Pravat says

    God