ହେଲ୍‌ମେଟ୍‌ ପିନ୍ଧି ନ ଥିବାରୁ ୬୭ଥର କଟାହେଲା ଚାଲାଣ, ଏବେ ଗାଡିି ବିକି ମଧ୍ୟ ଟଙ୍କା ଦେବାକୁ ଅସମର୍ଥ ଯୁବକ

ସୁରଟ୍‌ : ସୁରଟ୍‌ରେ ରହୁଥିବା ଜଣେ ଯୁବକ ହେଲ୍‌ମେଟ ପିନ୍ଧି ନ ଥିବାରୁ ଦୁଇ ବର୍ଷ ମଧ୍ୟରେ ତାଙ୍କ ନାମରେ ୬୭ ଥର ଚାଲାଣ କଟା ଯାଇଥିବା ଜଣାପଡ଼ିଛି । ପ୍ରଥମରୁ ସେ ଚାଲାଣର ମୂଲ୍ୟ ଭରି ନ ଥିବାରୁ ଏବେ ତାଙ୍କୁ ଏକା ସାଙ୍ଗରେ ୨୫ହଜାର ଟଙ୍କା ଜମା ଦେବାକୁ ହେବ ବୋଲି ପୁଲିସ ତାଙ୍କୁ ମେମୋ ପଠାଇଛି । ପୂର୍ବରୁ ସେ ଚାଲାଣର ମୂଲ୍ୟ ନ ଦେବା ସହ ଘର ବଦଳାଇ ଦେଇଥିଲେ । ଏହା ପରେ ପୁଲିସ ଯୁବକଙ୍କ ଠିକଣା ନ ପାଇ ତାଙ୍କ ମେମୋ ଦେଇ ପାରି ନଥିଲା । ଏବେ ଠିକଣା ଖୋଜି ପାଇବା ସହ ଯୁବକଙ୍କ ହାତରେ ୨୫ହଜାର ଟଙ୍କାର ମେମୋ ଧରାଇଛି ପୁଲିସ । ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଏତେ ଟଙ୍କା ସେ କେମିତି ଦେବେ ସେ ନେଇ ଏବେ ସେ ଚିନ୍ତାରେ ।

YourStory

ହସ୍‌ମୁଖଙ୍କ କହିବା ଅନୁଯାୟୀ, ଏହା ପୂର୍ବରୁ ମୋତେ ଦୁଇଟି ମେମୋ ମିଳିଥିଲା । ଏବେ ୨୫ହଜାରର ମେମୋ ମିଳିବା ପରେ ମୁଁ ମୋ ଆକ୍ଟିଭା ଗାଡ଼ି ବିକିବା ପାଇଁ ଯାଇଥିଲି । କିନ୍ତୁ ଗାଡ଼ିର ମୂଲ୍ୟ ୨୦ହଜାରରୁ ଅଧିକ ହେଲା ନାହିଁ । ଏବେ ଗାଡ଼ି ବିକି ମଧ୍ୟ ମୁଁ ଟଙ୍କା ଦେଇ ପାରିବି ନାହିଁ । ସର୍ଭିଲାନ୍ସ କ୍ୟାମେରାରେ ଥିବା ରେକର୍ଡ଼ ମୁତାବକ, ହେଲ୍‌ମେଟ ନ ପିନ୍ଧିବା ଏବଂ ଦ୍ରୁତ ଗତିରେ ଗାଡ଼ି ଚଳାଇବା ପାଇଁ ହସ୍‌ମୁଖଙ୍କ ବିରୋଧରେ ୬୭ଥର ଚାଲାଣ କଟା ଯାଇଥିଲା । କିନ୍ତୁ ହସ୍‌ମୁଖ କେବେ ହେଲେ ଚାଲାଣର ଟଙ୍କା ଦେଇ ନଥିଲେ । ଯାହା ବଢ଼ି ଏବେ ୨୫ହଜାରରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର