ହିମାଚଳର ପ୍ରଦେଶ କିନ୍ନୌର ଜିଲ୍ଲାରେ ୩. ୦ ତୀବ୍ରତାସମ୍ପନ୍ନ ଭୂମିକମ୍ପ

ଶିମଲା: ସୋମବାର ଦିନ ହିମାଚଳ ପ୍ରଦେଶ ଅନ୍ତର୍ଗତ କିନ୍ନୌର ଜିଲ୍ଲାରେ ଏକ ମୃଦୁ ଭୂମିକମ୍ପ ସଙ୍ଘଠିତ ହୋଇଛି। ଏଥିରେ କେହି ମୃତାହତ ହୋଇଥିବା କିଂବା କୌଣସି ସମ୍ପତ୍ତି କ୍ଷୟକ୍ଷତି ହୋଇଥିବାର ଖବର ମିଳିନାହିଁ।

ଶିମଲା ପାଣିପାଗ କେନ୍ଦ୍ରର ନିର୍ଦେଶକ ମନମୋହନ ସିଂହ କହିଛନ୍ତି: ପୂର୍ବାହ୍ନ ୯: ୧୧ରେ ୩. ୦ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା ରେକର୍ଡ କରାଯାଇଛି।

ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା କିନ୍ନୌରର ଉତ୍ତରପୂର୍ବକୁ ଭୂଗର୍ଭର ୫ କିଲୋମିଟର୍‌ ଗଭୀରରେ। ଏଥିଯୋଗୁଁ ପାଶ୍ୱବର୍ତ୍ତୀ ଅଞ୍ଚଳଗୁଡ଼ିକରେ ସାମାନ୍ୟ କମ୍ପନ ମଧ୍ୟ ଅନୁଭୂତ ହୋଇଥିବା କଥା ସେ କହିଛନ୍ତି।

କିନ୍ନୌର ସମେତ ଏହି ପାହାଡ଼ୀ ରାଜ୍ୟର ଅଧିକାଂଶ ଅଞ୍ଚଳ ହାଇ ସିସ୍‌ମିକ୍‌ ସେନ୍‌ସିଟିଭ୍‌ ଜୋନ୍‌ରେ ପଡୁଛି। ସମ୍ପୃକ୍ତ ଅଞ୍ଚଳରେ ମୃଦୁ କମ୍ପନ ଗୋଟାଏ ନିୟମିତ ବୈଶିଷ୍ଟ୍ୟ।

ସମ୍ବନ୍ଧିତ ଖବର