‘ମୁଁ ନିଶ୍ୱାସ ନେଇ ପାରୁନି, ମୋତେ ଗାଡ଼ିରୁ ବାହାର କର’! ୩.୧୩ କୋଟିର ଫେରାରି ଦୁର୍ଘଟଣାଗ୍ରସ୍ତ ହେବା ପରେ ଗାଡ଼ି ଭିତରୁ ଶୁଭୁଥିଲା ଏହି କାନ୍ଦଣା

ଜାତୀୟ ରାଜପଥରେ ୧୨୦ କିଲୋମିଟର ଗତିରେ ଚଳାଉଥିଲେ ଗାଡ଼ି

କୋଲକାତା: ହାଓଡାର ହୋମ୍‌ଜୁର ନିକଟସ୍ଥ ଜାତୀୟ ରାଜପଥ-୬ଠାରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ୩.୧୩ କୋଟି ଟଙ୍କାର ଫେରାରି ଗାଡ଼ି ଚଳାଉଥିବା ଜଣେ ବ୍ୟବସାୟୀ ରାଜପଥରେ ୧୨୦ କିଲୋମିଟର୍‌ ବେଗରେ ଯାଉଥିବା ବେଳେ ଏକ ଫ୍ଲାଏଓଭର ବ୍ରିରରେ ରବିବାର ସକାଳୁ ପିଟି ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

ଘଟଣାରୁ  ପ୍ରକାଶ, କୋଲକାତାର ଏମ୍‌.ଏଲ୍‌ ରୟ ଆଣ୍ଡ୍‌ କୋ-ସାନିଟେସନ୍‌ର ନିର୍ଦ୍ଦେଶକ ୪୩ ବର୍ଷୀଅ ଶିବାଜୀ ରାୟ ଫେରାରି କାଲିଫର୍ଣ୍ଣିଆ ଟି(ଡବ୍‌ଲୁବି ୦୨ଏଏଲ୍‌ ୦୮୦୮) ଗାଡ଼ି ଚଳାଉଥିଲେ। ସେ ଅଚାନକ ଏକ ଟ୍ରକ୍‌ ସମ୍ମୁଖକୁ  ଆସିଯିବାରୁ ଷ୍ଟିଅରି ମୋଡ଼ି ଦେଇଥିଲେ। ଫଳରେ  ଗାଡ଼ିଟି ଛିଟ୍‌କି କରି ଯାଇ ଫ୍ଲାଏଓଭର ବ୍ରିରର ଲୁହା ରଡ୍‌ରେ ବାଡ଼େଇ ହୋଇଥିଲା। ବହୁ ସୁରକ୍ଷା ବ୍ୟବସ୍ଥା ଥିଲେ ବି ଗାଡ଼ିର ଇଞ୍ଜିନ୍‌ ଫାଟିଯାଇ ଶିବାଜୀଙ୍କ ଛାତିରେ ପଶିଗଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମାତ୍ର ଅପରାହ୍ନରେ କୋଲକାତା ମେଡିକାଲ୍‌ ରିସର୍ଚ ଇନ୍‌ଷ୍ଟିଟ୍ୟୁଟ୍‌ରେ ଯାଇ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ଶିବାଜୀଙ୍କ ବ୍ୟତୀତ ସେହି କାର୍‌ ଥିବା ତାଙ୍କ ବନ୍ଧୁଙ୍କର ୧୭ ବର୍ଷୀୟା ଝିଅ ଅସାନା ସୁରାନା ଏବଂ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଭାବେ ସିଏମ୍‌ଆର୍‌ଆଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଶିବାଜୀଙ୍କ ପୁତ୍ର। ଏମାନେ ସମସ୍ତେ ସାଥୀ ହୋଇ ଏକ ଉତ୍ସବ ମନାଇବା ପରେ ଫେରିବା ବାଟରେ ଏପରି ଘଟିଛି। ଜାଣିବାକୁ ମିଳିଛି ଯେ ବାପାଙ୍କ ସହ ସେ ଗାଡ଼ିରେ ଆସିଥାନ୍ତେ ବୋଲି ଯୋଜନା ଥିଲା। ମାତ୍ର ସେ ତାଙ୍କ ବନ୍ଧୁ ଆସାନଙ୍କୁ ଜାଗା ଛାଡ଼ି ପରେ ସାଙ୍ଗମାନଙ୍କ ସହ ଫେରିଆସିବେ ବୋଲି କହିଥିଲେ।

ଏ ସଂପର୍କରେ ଶିବାଜୀଙ୍କ ବନ୍ଧୁ କହିଛନ୍ତି କି, ‘ଶିବାଜୀ ଘଣ୍ଟାଏ ପର୍ଯ୍ୟନ୍ତ ସାହାଯ୍ୟ ମାଗି ମାଗି ଚାଲିଗଲା। ସେ କହୁଥିବାର ମୁଁ ଶୁଣିଛି କି ‘ମୁଁ ନିଶ୍ୱାସ ନେଇ ପାରୁନି, ମୋତେ ଗାଡ଼ିରୁ ବାହାର କର।’

ଶିବାଜୀଙ୍କ ଅନ୍ୟ ବନ୍ଧୁ, ପୁଲିସ୍‌, ଓ ସ୍ଥାନୀୟ ଲୋକେ ଦୁର୍ଘଟଣା ପରେ ଗାଡ଼ି କାଟି ଭିତରୁ ସେମାନଙ୍କୁ ଉଦ୍ଧାର କରିଥିଲେ।

ଦୁର୍ଘଟଣା ପରେ ଶିବାଜୀଙ୍କ ପଛ ସିଟ୍‌ରେ ବସିଥିବା ତାଙ୍କ ବନ୍ଧୁ ସେମାନେ ଯାଇଥିବା ଉତ୍ସବରେ ଉପସ୍ଥିତ ଥିବା ଅନ୍ୟ ଜଣେ ବନ୍ଧୁଙ୍କୁ କଲ୍‌ କରିଥିଲେ। ସେ ବନ୍ଧୁ ଜଣକ ସେହି ରାସ୍ତାରେ ସେମାନଙ୍କଠାରୁ ଅଳ୍ପ ଦୂରରେ ଥିଲେ। ଫୋନ୍‌ କଲ୍‌ ପାଇବା ପରେ ସେ ତୁରନ୍ତ ଗାଡ଼ି ବୁଲାଇ ଆସି ସେଠାରେ ପହଞ୍ଚିଥିଲେ।

ଶିବାଜୀଙ୍କ ଘରେ ତାଙ୍କର ପତ୍ନୀ, ମାଆ ସାନ ଭାଇ ଓ ପୁଅ ଅଛନ୍ତି। ଅଢ଼େଇ ବର୍ଷ ତଳୁ ତାଙ୍କ ବାପାଙ୍କର ପରଲୋକ ହୋଇଛି। ଶିବାଜୀଙ୍କ ଭାଇ ଆସି ପହଞ୍ଚିବା ପୂର୍ବରୁ ତାଙ୍କ ଶରୀରକୁ ବ୍ୟବଚ୍ଛେଦ ପାଇଁ ସଂପର୍କୀୟ ଅନୁମତି ଦେଇନଥିଲେ।

ସମ୍ବନ୍ଧିତ ଖବର