ଉତ୍ତରାଖଣ୍ଡର କୋଟ୍‌ ଗାଁ’ରେ ଭୂସ୍ଖଳନ; ୩ ମୃତ; ୮ ପୋତି ହୋଇ ପଡ଼ିଥିବା ଆଶଙ୍କା

ଡେରାଡୁନ୍‌: ବୁଧବାର ଦିନ ଉତ୍ତରାଖଣ୍ଡ ଠାରେ ଭୂସ୍ଖଳନ ଯୋଗୁଁ ଘରଦ୍ୱାର ଭାଙ୍ଗିଯିବାରୁ ତିନି ଜଣ ଲୋକଙ୍କର ମୃତ୍ୟୁ ହେବା ସହ ଅନ୍ୟ ଆଠ ଜଣ ମାଟିତଳେ ପୋତି ହୋଇ ପଡ଼ିଥିବା ଆଶଙ୍କା କରାଯାଉଛି।

ପ୍ରାଥମିକ ସୂଚନା ଅନୁସାରେ, ଆଜି ସକାଳେ ବୁଡ଼ା କେଦାର ନିକଟବର୍ତ୍ତୀ କୋଟ୍‌ ଗାଁ’ରେ ଘଟଣାଟି ଘଟିଛି।

ଏ ପର୍ଯ୍ୟନ୍ତ ତିନୋଟି ଶବ ଉଦ୍ଧାର କରାଯାଇଛି ଏବଂ ମାଟିତଳେ ପୋତି ହୋଇ ପଡ଼ିଥିବା ଅନ୍ୟ ୮ ଜଣଙ୍କୁ ଉଦ୍ଧାର କରାଯିବା ନିମନ୍ତେ ଉଦ୍ୟମ ଚାଲିଛି।

ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବଳର ଏକ ଦଳ ଏବଂ କେତେକ ଜିଲ୍ଲା ପ୍ରଶାସନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

ଚଳିତ ବର୍ଷ ଜୁନ୍‌ ମାସରେ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲା ଅନ୍ତର୍ଗତ ଧର ଚୂଳା ଠାରେ ଭୂସ୍ଖଳନ ଯୋଗୁଁ ଘର ଭାଙ୍ଗିପଡ଼ିବାରୁ ଜଣେ ପୋତି ହୋଇ ମରିଥିଲେ ଓ ଅନ୍ୟ ତିନି ଜଣ ଭାସି ଯାଇଥିଲେ।

ସମ୍ବନ୍ଧିତ ଖବର