ସୁରଟ ଅଗ୍ନିକାଣ୍ଡ : ଦ୍ୱାଦଶ ଶ୍ରେଣୀର ଫଳାଫଳ ଜାଣି ପାରିଲେ ନାହିଁ ଏହି ୩ ଛାତ୍ରୀ, ଗୋଟେ ଦିନ ପୁର୍ବରୁ ଚାଲିଗଲା ଜୀବନ

ସୁରଟ: ଗତକାଲି ସଂନ୍ଧ୍ୟାରେ ସୁରଟର ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡରେ ଘଟିଥିଲା । ଏହି ଭୟାବହ ଅଗ୍ନିକାଣ୍ଡରେ ଏବେ ପର୍ଯ୍ୟନ୍ତ ୨୧ଜଣଙ୍କର ପ୍ରାଣହାନୀ ହୋଇଥିବା ଜଣାପଡ଼ିଛି । । ଭୟଙ୍କର ନିଆଁରେ ଜଳି ପୋଡି ପାଉଁଶ ହୋଇଯାଇଛି ସଂପୂର୍ଣ୍ଣ କୋଚିଂ ସେଣ୍ଟର। ଏବେ ବି ଅନେକ ଛାତ୍ରଛାତ୍ରୀ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ବଡ଼ କଥା ହେଲା, କୋଚିଂ ସେଣ୍ଟର ନିକଟରେ ଥିବା ଏକ ବିଦ୍ୟୁତ୍ ଖୁମ୍ବରୁ ସର୍ଟସର୍କିଟ ହୋଇ ପୂରା କୋଠାକୁ ନିଆଁ ବ୍ୟାପି ଯାଇଥିଲା ।  ତଳ ମହଲାରେ ଥିବା ଲୋକେ ଜୀବନ ବଂଚାଇବା ପାଇଁ ଏଣେତେଣେ ଦୌଡୁଥିଲେ ମଧ୍ୟ କେହି  ଜଣେ ହେଲେ ବି  ଉପର ମହଲାକୁ ଯାଇ ଏ ସଂପର୍କରେ ପିଲାମାନଙ୍କୁ ସୂଚନା ଦେଇ ନ ଥିଲେ ।

aajtak.intoday.in

ତେବେ ଏହି ଦୁର୍ଘଟଣାରେ ୩ଜଣ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ପ୍ରାଣ ହରାଇଥିବା ଜଣା ପଡ଼ିଛି । ନିଜ ପରୀକ୍ଷାର ଫଳାଫଳ ଦେଖିବା ପୂର୍ବରୁ ୩ଜଣ ଆର ପାରିକୁ ଚାଲି ଯାଇଛନ୍ତି । ଆଜି ଗୁଜୁରାଟରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଥିବା ବେଳେ ୩ଜଣ ଉତ୍ତମ ନମ୍ବର ରଖି ପାସ୍‌ କରିଛନ୍ତି । କିନ୍ତୁ ଏହି ଖୁସିକୁ ପାଳନ କରିବା ପାଇଁ ପରିବାର ପାଖରେ ସେମାନଙ୍କ ପିଲାମାନେ ଆଜି ନାହାନ୍ତି । ମୃତକଙ୍କ ପରିବାରରେ ଏବେ ଶୋକର ଛାୟା ଖେଳି ଯାଇଛି । ଦେଶର ଏବଂ ଘରର ଭବିଷ୍ୟତ କିଛି ମୂହୁର୍ତ୍ତ ମଧ୍ୟରେ ଆର ପାରିକୁ ଚାଲିଯିବା ଘଟଣାକୁ ଏବେ ବି ପରିବାର ଲୋକେ ସହଜରେ ଗ୍ରହଣ କରି ପାରି ନାହାନ୍ତି । ମୃତ ୩ଛାତ୍ରୀ ବାଣିଜ୍ୟ ପାଠ ପଢ଼ୁଥିବା ବେଳେ ନିଆଁ ଲାଗିଥିବା ତକ୍ଷଶୀଳା ଅର୍କେଡର କୋଚିଂ ସେଣ୍ଟରକୁ ଫାଇନ୍‌ ଆର୍ଟସର ଟ୍ୟୁସନ ନେବାକୁ ଯାଇଥିଲେ । ଯେଉଁ ସମୟରେ ଏଭଳି ଦୁଃଖଦ ଘଟଣା ଘଟିଥିଲା ।

ସମ୍ବନ୍ଧିତ ଖବର