ପାକ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ଲଢେଇରେ ୩ ଯବାନ ସହିଦ, ୨ ଆତଙ୍କବାଦୀ ନିହତ

ଜାମ୍ମୁ : ଆଜି ଜାମ୍ମୁର ସୁନ୍ଦରବନି ସେକ୍ଟର ସ୍ଥିତ ନିୟନ୍ତ୍ରଣରେଖା ନିକଟରେ ପାକ ଅନୁପ୍ରବେକାରୀଙ୍କ ଗୁଳିମାଡରେ ୩ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି । ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ସହିଦ ହୋଇଥିବା ଯବାନ ମାନଙ୍କ ପରିଚୟ ଏପର୍ଯ୍ୟନ୍ତ ସେନା ପକ୍ଷରୁ ଜାରି କରାଯାଇନାହିଁ । ଅନ୍ୟପକ୍ଷରେ ମରିଥିବା ଦୁଇ ଆତଙ୍କବାଦୀଙ୍କ ନିକଟରୁ ଦୁଇଟି ଏକେ-୪୭ ରାଇଫଲ ଓ ବିପୁଳ ପରିମାଣରେ ଗୁଳିଗୋଳା ଜବତ ହୋଇଛି । ତେବେ ଉକ୍ତ ଅଂଚଳରେ ଆଉ କେତେକ ଆତଙ୍କବାଦୀ ଲୁଚିରହିଥିବାରୁ ସେନା ପକ୍ଷରୁ ଏବେ ମଧ୍ୟ ଅପରେସନ ଚାଲିଥିବା ଖବର ମିଳିଛି ।
ଆଜି ମଧ୍ୟ ରାଜ୍ୟର କୁଲଗାମ ଜିଲ୍ଲାର ଲାରୋ ଅଂଚଳରେ ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୩ଜଣ ଆତଙ୍କବାଦୀ ଓ ୫ ଜଣ ସାଧାରଣ ନାଗରିକ ନିହତ ହୋଇଛନ୍ତି । ଏହି ଘଟଣାରେ ଦୁଇଜଣ ଯବାନ ଆହତ ହୋଇଥିବା ଖବର ମିଳିଛି ।

ସମ୍ବନ୍ଧିତ ଖବର