ଛତିଶଗଡ଼ରେ ନକ୍ସଲ ହମ୍‌ଲା, ୩ ସାଧାରଣ ଲୋକଙ୍କ ଜୀବନ ଗଲା

ବସ୍ତର: ଛତିଶଗଡ଼ର ବସ୍ତର ଅଞ୍ଚଳରେ ମାଓବାଦୀମାନେ ଘଟାଇଥିବା ଆଇଇଡି ବିସ୍ଫୋରଣରେ ମଙ୍ଗଳବାର ୩ ଜଣ ସାଧାରଣ ଜନତାଙ୍କର ମୃତ୍ୟୁ ଘଟିଛି। ସେମାନେ ଖଞ୍ଜିଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହେବା ଫଳରେ ଏହି ଘଟଣା ଘଟିଛି।  କାଙ୍କର ଜିଲ୍ଳାର ରାଓଘାଟ ଅଞ୍ଚଳରେ ଏକ ନିର୍ମାଣ କାର୍ଯ୍ୟରେ ଲାଗିଥିବା ଏକ ଟ୍ରକ୍‌ ଟ୍ୟାଙ୍କ୍‌ରକୁ ମାଓବାଦୀମାନେ  ଉଡ଼ାଇ ଦେଇଛନ୍ତି। ଏହି ବିସ୍ଫୋରଣ ଯୋଗୁଁ ସେଠାରେ ଥିବା ୩ ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଛତିଶଗଡ଼ ପୁଲିସ ଡିଜି ଡି.ଏମ୍.ଅବସ୍ତୀ କହିଛନ୍ତି ଯେ, ମାଓବାଦୀଙ୍କ ବିସ୍ଫୋରଣ ପରେ ଉକ୍ତ ସ୍ଥାନକୁ ସୁରକ୍ଷା କର୍ମୀମାନେ କର୍ଡନ କରିନେଇଛନ୍ତି। ଏହାପରେ ମାଓବାଦୀ ଓ ଯବାନଙ୍କ ଭିତରେ ଘଟଣାସ୍ଥଳରେ ଗୁଳି ବିନିମୟ ଜାରି ରହିଛି। ଏଥିସହ  ଘଟଣାସ୍ଥଳରେ କାଙ୍କ୍‌ରର ଏସ୍‌ପି ପହଞ୍ଚି ସ୍ଥିତି ତନଖିଛନ୍ତି।

ଏହି ସଂପର୍କିତ ସବିଶେଷ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର