କେନ୍ଦ୍ରକୁ ଗଲା ୩୦ ଲକ୍ଷ ଚାଷୀଙ୍କ ତାଲିକା

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନା‌େର ସାମିଲ୍ ହେବା ପାଇଁ ରାଜ୍ୟ ସରକାର ୩୦ ଲକ୍ଷ ଚାଷୀଙ୍କ ତାଲିକା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଛନ୍ତି। ଜୁଲାଇ ୧୫ ତାରିଖ ସୁଦ୍ଧା ଏହି ତାଲିକା ପଠାଇବା ପାଇଁ କେନ୍ଦ୍ର ସମୟ ଦେଇଥିଲା। ଶେଷ ଦିନ ଅର୍ଥାତ ୧୫ ତାରିଖରେ ହିଁ ତାଲିକା ପଠାଯାଇଛି ବୋଲି କୃଷି ବିଭାଗ ସୂତ୍ରରୁ ସୂଚନା ମିଳିଛି। ପୂର୍ବରୁ ୯ ଲକ୍ଷରୁ ଅଧିକ ଚାଷୀଙ୍କ ନାମ ରାଜ୍ୟ ସରକାର ପଠାଇଥିଲେ। ରାଜ୍ୟର ମୋଟ୍‌ ୪୫ ଲକ୍ଷ ଚାଷୀ ପ୍ରଧାନମନ୍ତ୍ରୀ ‌କିଷାନ ‌ସମ୍ମାନ ନିଧି ଯୋଜନାରେ ଆର୍ଥିକ ସହାୟତା ପାଇବେ ବୋଲି କେନ୍ଦ୍ର ସରକାର ସ୍ଥିର କରିଛନ୍ତି। ସୂଚନାଯୋଗ୍ୟ ଯେ ଆଜି ବିଧାନସଭାରେ ବିରୋଧୀ ଦଳ ନେତା ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାର ତାଲିକା ପଠାଇ ନାହାନ୍ତି ବୋଲି ଅଭିଯୋଗ କରିବା ସହ ସ୍ପଷ୍ଟୀକରଣ ଲୋଡ଼ିଥିଲେ।

ସମ୍ବନ୍ଧିତ ଖବର