ଦୂର ସମୁଦ୍ର ମଧ୍ୟରେ ଚେନ୍ନାଇର ୪ଟି ଜାହାଜରେ ଅଟକି ରହିଛନ୍ତି ୩୦ଜଣ ବୈଜ୍ଞାନିକ

ଚେନ୍ନାଇ: ଚାରିଟି ଜାହାଜରେ ୩୦ଜଣ ବୈଜ୍ଞାନିକଙ୍କ ସମେତ ପ୍ରାୟ ୧୦୦ଜଣ ଜାହାଜ କର୍ମଚାରୀ ଲକଡାଉନ୍ ଶେଷ ହେବାଯାଏଁ ସୁଦୂର ସମୁଦ୍ରରେ ଅଟକି ରହିବେ ବୋଲି ସ୍ଥିର କରାଯାଇଛି । ଗବେଷଣା ନିମନ୍ତେ ଉଦ୍ଦିଷ୍ଟ ଚେନ୍ନାଇର ନ୍ୟାସନାଲ୍ ଇନଷ୍ଟିଚୁ୍ୟଟ୍ ଅଫ୍ ଓସେନ୍ ଟେକ୍ନୋଲଜିର ଏହି ଜାହାଜଗୁଡ଼ିକ ତିନି ସପ୍ତାହରୁ ଅଧିକ ଦିନ ପୂର୍ବେ ସମୁଦ୍ର ମଧ୍ୟକୁ ଯାତ୍ରା କରିଥିଲେ । ପୂର୍ବ ଓ ପଶ୍ଚିମ ଉପକୂଳର ସମୁଦ୍ର-ଶଯ୍ୟା ମ୍ୟାପ୍ କରିବା, ନମୁନା ଅଧ୍ୟୟନ କରିବା ଏବଂ ସୁନାମି ୱାଣର୍୍ିଂ ସିଷ୍ଟମ୍ ମୁତୟନ କରିବାକୁ ଏଗୁଡ଼ିକ ନିୟୋଜିତ ହୋଇଥିଲେ ।

Image Source: The Times of India

ନ୍ୟାସନାଲ୍ ଇନଷ୍ଟିଚୁ୍ୟଟ୍ ଅଫ୍ ଓସେନ୍ ଟେକ୍ନୋଲଜିର ନିର୍ଦେଶକ ଏମ୍ ଏ ଆତ୍ମାନନ୍ଦ କହିଛନ୍ତି ଯେ ସାଗର ନିଧି, ସାଗର ମଞ୍ଜୁଷା, ସାଗର ଅନ୍ୱେଷିକା ଏବଂ ସାଗର ତାରାରେ ଥିବା ବୈଜ୍ଞାନିକମାନେ ବିଭିନ୍ନ କିସମର ତଥ୍ୟ ସଂଗ୍ରହ କରୁଛନ୍ତି । ସ୍ଥଳଭାଗକୁ ଆସିବା ଠାରୁ ସେଠାରେ ରହିବା ବରଂ ନିରାପଦ । ଏପ୍ରିଲ୍ ୧୪ ବେଳକୁ ଫେରିବାକୁ ଆମେ ଆମର ୪ଟି ଜାହାଜକୁ ନିର୍ଦେଶ ଦେଇଛୁ । ସେ ଜାହାଜଗୁଡ଼ିକ ମଧ୍ୟରୁ ଗୋଟିକରେ ଆମେରିକାର ୨ଜଣ ବୈଜ୍ଞାନିକ ଅଛନ୍ତି । ବିମାନ ଯାତ୍ରା ବାତିଲ ହୋଇଯାଇଥିବାରୁ ସେମାନେ ସ୍ୱଦେଶ ଫେରି ନ ପାରି ଏଠାରେ ଗବେଷଣା କରିବେ ।

Image Source: The Hindu

ସାଗର ନିଧି ମଙ୍ଗଳବାର ଦିନ ଗୋଆ ତଟରେ ପହଞ୍ଚିଥାଆନ୍ତା ଏବଂ ଅନ୍ୟ ତିନିଟି ଜାହାଜ ଗୁରୁବାର ଦିନ ଫେରି ଥାଆନ୍ତେ । ସାଗର ନିଧିରେ ୨୫ଜଣ ବୈଜ୍ଞାନିକ ଅଛନ୍ତି ।
ଏପ୍ରିଲ୍ ୧୪ଯାଏଁ ଜାହାଜରେ ଖାଦ୍ୟରସଦ ରହିଛି । ସ୍ଥଳଭାଗକୁ ଆସିଲେ ଜାହାଜର କ୍ରୁ’ମେମ୍ବରମାନଙ୍କୁ ୧୫ ଦିନ କ୍ୱାରେଣ୍ଟିନରେ ରଖାଯିବ । ବରଂ ସେଠାରେ ରହିବା ସେମାନଙ୍କ ପକ୍ଷେ ଉତ୍ତମ ବୋଲି କହିଛନ୍ତି ପୋତ ପରିଚାଳା ସେଲର ମୁଖ୍ୟ ଡି ରାଜଶେଖର ।

ସମ୍ବନ୍ଧିତ ଖବର