୩ହଜାର କୋଟିର ପ୍ରତିରକ୍ଷା ଚୁକ୍ତିକୁ ମଂଜୁରି

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ବ୍ୟବସ୍ଥା ଆହୁରି ସଶକ୍ତ ହେବ। ଶତ୍ରୁ ପକ୍ଷକୁ ମୁକାବିଲା କରିବାପାଇଁ ସେନାବାହିନୀ ଆହୁରି ଶକ୍ତିଶାଳୀ ହେବ। ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ୩୦୦୦ କୋଟି ଟଙ୍କାର ପ୍ରତିରକ୍ଷା ଉପକରଣ କ୍ରୟ ପାଇଁ ମଂଜୁରି ମିଳିଛି। ନୌସେନା ବାହିନୀର ଦୁଇଟି ଯୁଦ୍ଧ ପୋତ ପାଇଁ ବ୍ରହ୍ମୋସ ସୁପ‌ର‌ସୋନିକ୍‌ କ୍ରୁଜ୍‌ ମିସାଇଲ୍‌ ଏବଂ ସେନାର ଅର୍ଜୁନ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ୍‌ ପାଇଁ ଅସ୍ତ୍ରଶସ୍ତ୍ର ସଜ୍ଜିତ ଯାନ ସହ ଅନ୍ୟାନ୍ୟ ଅତ୍ୟା‌ଧୁନିକ ଉପକରଣ ନିମନ୍ତେ ଏହି ୩,୦୦୦ ‌ କୋଟି ଟଙ୍କାର ମଂଜୁରି ମିଳିଛି।

ସମ୍ବନ୍ଧିତ ଖବର