ନାଇଜେରିଆ: ଇଦ୍‌ ପାଳନ ପରେ ଘରକୁ ଫେରୁଥିବା ବେଳେ ଆତ୍ମଘାତୀ ବିସ୍ଫୋରଣ, ୩୧ ମୃତ

ନୂଆଦିଲ୍ଲୀ: ନାଇଜେରିଆରେ ଶନିବାର ରାତି ୨ଟି ଆତ୍ମଘାତୀ ରକେଟ ବିସ୍ଫୋରଣ ଘଟଣାରେ ୩୧ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ବହୁ ଦୂରକୁ ଶୁଣାଯାଇଥିଲା। ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରେ କୁହାଯାଇଛି। ପ୍ରାଥମିକ ଖବର ଅନୁସାରେ ସଦିଗ୍ଧ ବୋକୋ ହରମର ଜିହାଦିମାନଙ୍କ ଦ୍ୱାରା ଏହି ବିସ୍ଫୋରଣ କରାଯାଇଥିଲା।

ମିଲିସିଆ ନେତା ବାବାକୁରା କୋଲୋଙ୍କ ମୁତାବିକ ଦମ୍ବୋଆରେ ଶନିବାର ରାତିରେ ୨ଟି ଆତ୍ମଘାତୀ ଆକ୍ରମଣ ଓ ରକେଟ ଦ୍ୱାରା ଗ୍ରେନେଡ ବିସ୍ଫୋରଣ କରାଯାଇଛି। ଏଥିରେ ୩୧ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ସେ କହିଛନ୍ତି, ଏହି ଆକ୍ରମଣ ଇଦ୍‌-ଉଲ୍‌-ଫିତର ଛୁଟି ପାଳନ କରି ଘରକୁ ଫେରୁଥିବା ଲୋକଙ୍କୁ ଟାର୍ଗେଟ କରାଯାଇଥିଲା। କୋଲୋ କହିଛନ୍ତି, ୨ଟି ଆତ୍ମଘାତୀ ଆକ୍ରମଣକାରୀ ଶୁବାରୀ ଓ ନିକଟସ୍ଥ ଅବାଚାରୀ ସହରରେ ଶନିବାର ରାତି ପାଖାପାଖି ୧୦ଟା ୪୫ରେ କରିବା ପରେ ନିଜକୁ ଉଡ଼ାଇ ଦେଇଥିଲେ। ସ୍ଥାନୀୟ ସରକାର ୩୧ ଜଣ ଲୋକଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି।

 

ସମ୍ବନ୍ଧିତ ଖବର