ବଜ୍ରପାତରେ ୩୨ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବଜ୍ରପାତ ଯୋଗୁଁ ଗତକାଲି ୩୨ ଜଣଙ୍କ ମୃତ୍ୟୁ ହୋଇଛି। ଆହୁରି ୧୩ ଜଣ ବଜ୍ରାଘାତରେ ଆହତ ହୋଇଛନ୍ତି। ଉତ୍ତରପ୍ରଦେଶରେ କନ୍ନୁର ,ଫତେପୁର, ଝାନ୍‌ସି, ଜଲୌନ, ହମିରପୁର, ଗାଜିପୁର, ଜଉନପୁର, ପ୍ରତାପଗଡ଼, କାନପୁର , ଦେହାତ ଏବଂ ଚିତ୍ରକୁଟରେ ବଜ୍ରପାତ ଯୋଗୁଁ ଗତକାଲି ଗୋଟିଏ ଦିନରେ ଏତେସଂଖ୍ୟକ ଜୀବନହାନି ହୋଇଛି। ଉତ୍ତରପ୍ରଦେଶ ସରକାର ମୃତକଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର