ଜୁନ ମାସରେ ୩୩ ପ୍ରତିଶତ କମ ବର୍ଷା, କିନ୍ତୁ ଜୁଲାଇ ମାସରେ ଭଲ ବର୍ଷିବ : ସ୍କାଏମେଟ

ଭୁବନେଶ୍ୱର : ଜୁନ ମାସରେ ମୌସୁମୀର ପ୍ରଭାବ ସ୍ୱାଭାବିକ ଠାରୁ କମ ଥିଲା । ଏହି ମାସରେ ଦେଶରେ ପ୍ରାୟ ୩୩ ପ୍ରତିଶତ କମ ବର୍ଷା ହୋଇଥିଲା । କିନ୍ତୁ ଜୁଲାଇ ମାସରେ ସ୍ଥିତିରେ ଉନ୍ନତି ଦେଖାଯିବ । ବୃଷ୍ଟିପାତ ପରିମାଣ ବୃଦ୍ଧି ପାଇ ନିଅଣ୍ଟର ଭରଣା କରିବାର ସମ୍ଭାବନା ରହିଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ କହିଛି ।

ସ୍କାଇମେଟର ଉପସଭାପତି ଜିପି ଶର୍ମା କହିଛନ୍ତି ଯେ ଏଲ-ନିନୋ ପ୍ରଭାବ ଯୋଗୁଁ ଜୁନ ମାସରେ ପ୍ରାୟ ୩୩ ପ୍ରତିଶତ କମ ବର୍ଷା ହୋଇଥିଲା । ଏହି ମାସର ଅଧିକାଂଶ ସମୟ ନିଅଣ୍ଟିଆ ପରିମାଣ ୫୦ ପ୍ରତିଶତରୁ ବି ଅଧିକ ଥିଲା । କିନ୍ତୁ ଶେଷ ସପ୍ତାହରେ ବର୍ଷା ପରିମାଣ ବଢିବାରୁ ଏହି ନିଅଣ୍ଟ ପରିମାଣ ୩୩ ପ୍ରତିଶତକୁ ଖସିଆସିଥିଲା ।

କିନ୍ତୁ ଏବେ ଏଲ-ନିନୋ ପ୍ରଭାବ ହ୍ରାସ ପାଇଥିବାରୁ ବର୍ଷା ପରିମାଣ ବଢିବ । ଏପରିକି ଜୁଲାଇ ମାସରେ ଦେଶର କେତେକ ଅଂଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ଓଡ଼ିଶାରେ ଜୁଲାଇ ପ୍ରଥମ ସପ୍ତାହରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର