ବିହାରରୁ ୧୬ ଖପୁରି, ୩୬ କଙ୍କାଳ ଜବତ

ପାଟନା: ବିହାରର ସରନ୍‌ ଜିଲ୍ଲା ସ୍ଥିତ ଛାପ୍ରା ରେଳ ଷ୍ଟେସନ୍‌ରୁ ଆଜି ଜଣେ ସନ୍ଦିଗ୍ଧ ଶବ ଚୋରା ଚାଲାଣକାରୀଠାରୁ ୫୦ଟି ମଣିଷ କଙ୍କାଳ ଜବତ ହୋଇଛି। ସଞ୍ଜୟ ପ୍ରସାଦ ନାମକ ଏହି ବ୍ୟକ୍ତିକୁ ଜିଆରପି ଗିରଫ କରିଛି। ଜିଆରପି ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ ଏହି ଖପୁରି ଓ କଙ୍କାଳ ଗୁଡ଼ିକୁ ଉତ୍ତରପ୍ରଦେଶର ବାଲିଆରୁ ଅଣାଯାଇଛି ଏବଂ ଏଗୁଡ଼ିକୁ ଭୁଟାନ୍‌ ଦେଇ ଚୀନ୍‌କୁ ଚାଲାଣ କରିବାର ଯୋଜନା କରାଯାଇଥିଲା। ପ୍ରସାଦକୁ ଏବେ ଜେରା କରାଯାଉଛି ଏବଂ ତା’ ମୋବାଇଲ୍ ଫୋନ୍‌ରେ ଥିବା କଣ୍ଟାକ୍ଟ୍‌ ଗୁଡ଼ିକୁ ମଧ୍ୟ ଭଲଭାବେ ଯାଞ୍ଚ କରାଯାଉଛି। ଅଭିଯୁକ୍ତ ନିକଟରୁ ପର୍ଯ୍ୟାପ୍ତ ପରିମାଣର ନେପାଳ ଏବଂ ଭୂଟାନ ମୁଦ୍ରା ମଧ୍ୟ ଜବତ ହୋଇଛି ଏବଂ ଏଥିସହ ଦୁଇଟି ପରିଚୟ ପତ୍ର ମିଳିଛି। ଗୋଟିଏ ପରିଚୟ ପତ୍ର ପଶ୍ଚିମ ଚମ୍ପାରନ୍‌ର ପହରପୁର୍‌ର ହୋଇଥିବାବେଳେ ଅନ୍ୟ ପରିଚୟ ପତ୍ରଟି ପଶ୍ଚିମବଙ୍ଗର ନୂଆ ଜଲପାଇଗୁଡ଼ିର ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର