ସ୍ୱାମୀ ଆଉ ଏ ଦୁନିଆରେ ନାହାନ୍ତି ଭାବି ସ୍ତ୍ରୀ ହୋଇଥିଲେ ବିଧବା, ୩୬ ବର୍ଷ ପରେ ଜଣାପଡ଼ିଲା ସ୍ୱାମୀ ପାକିସ୍ତାନ ଜେଲରେ ବନ୍ଦୀ !

ଜୟପୁର : ବିବାହର କିଛି ଦିନ ପରେ ସ୍ୱାମୀ ହାତ ଛାଡ଼ି ଚାଲିିଯିବାଟା ଜଣେ ମହିଳା ପାଇଁ କୌଣସି ମରଣ ଯନ୍ତ୍ରଣା ଠାରୁ କମ ନୁହେଁ । କିନ୍ତୁ ସ୍ୱାମୀ ବଞ୍ଚିଥାଇ ମଧ୍ୟ ବିଧବା ହୋଇ ବଞ୍ଚିବା ଜଣେ ମହିଳାଙ୍କ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟର କଥା । ସେଭଳି ଏକ ଘଟଣା ଘଟିଛି ଜୟପୁରରେ । ସ୍ୱାମୀ ବଞ୍ଚି ଥିଲେ ମଧ୍ୟ ଜଣେ ମହିଳା ଦୀର୍ଘ ୩୬ବର୍ଷ ହେବ ତାଙ୍କ ସ୍ୱାମୀ ଆଉ ଏ ଦୁନିଆରେ ନାହାନ୍ତି ବୋଲି ଭାବି ବିଧବା ଜୀବନ ବିତାଇଥିବା ଜଣାପଡ଼ିଛି ।

ଦୀର୍ଘ ବର୍ଷ ଧରି ନିଜ ସ୍ୱାମୀଙ୍କ ବାଟକୁ ଅପେକ୍ଷା କରି ସବୁ ଆଶା ଛାଡ଼ି ସାରିଥିବା ମଖ୍‌ନୀଙ୍କ ମନରେ ଏବେ ପୁଣି ଥରେ ଆଶା ସୃଷ୍ଟି ହୋଇଛି ।  ୨୩ ଦିନ ପୂର୍ବରୁ ତାଙ୍କ ସ୍ୱାମୀ ବଞ୍ଚିଥିବା ସହ ପାକିସ୍ଥାନର ଏକ  ଜେଲ୍‌ରେ ଥିବା ଜାଣି ତାଙ୍କ ମନରେ ମରି ଆସୁଥିବା ଆଶାଟି ପୁଣି ଜିଇଁ ଉଠିଛି । ତାଙ୍କ ଆଖି ବନ୍ଦ ହେବା ପୂର୍ବରୁ ସେ ଶେଷ ଥର ପାଇଁ ତାଙ୍କ ସ୍ୱାମୀଙ୍କୁ ଦେଖିବା ସହ ତାଙ୍କ ପାଦ ଛୁଇଁବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । ମଖ୍‌ନୀଙ୍କ କହିବା ଅନୁଯାୟୀ,୧୯୮୨ମସିହାରେ ତାଙ୍କ ସ୍ୱାମୀ କୌଣସି କାମରେ ଘରୁ ବାହାରି ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲେ । ପରେ ଚାରିଆଡ଼େ ଖୋଜା ଖୋଜି କରି ମଧ୍ୟ ଆମେ ତାଙ୍କୁ ପାଇ ନଥିଲୁ । ପୁଲିସରେ ଅଭିଯୋଗ କରି ମଧ୍ୟ କିଛି ଲାଭ ମିଳି ନଥିଲା । ମାସେ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ସେ ଆଉ ଏ ଦୁନିଆରେ ନାହାନ୍ତି ବୋଲି ଆମେ ଗ୍ରହଣ କରି ନେଇଥିଲୁ । ଦୀର୍ଘ ୩୬ବର୍ଷ ପରେ ସେ ବଞ୍ଚିଥିବା ଖବର ପାଇ ମୁଁ ଯେତିକି ଖୁସି, ସେତିକି ଆଶ୍ଚର୍ଯ୍ୟ ମଧ୍ୟ । ସେ କ’ଣ ପାଇଁ ଏବଂ କେମିତି ସେଠାରେ ପହଁଞ୍ଚିଲେ ତାହା କେବଳ ସେ ହିଁ କହି ପାରିବେ । ଏବେ କେବଳ ତାଙ୍କର ଆସିବା ବାଟକୁ ଚାହିଁ ବସିଛି । ମରିବା ପୂର୍ବରୁ ଥରୁଟିଏ ତାଙ୍କୁ ଦେଖିବାକୁ ଚାହୁଁଛି।”

NDTV.com

ଅନ୍ୟ ପକ୍ଷରେ ବାପାଙ୍କ ବଞ୍ଚିବା ଖବର ପାଇ ମଖ୍‌ନୀଙ୍କ ସାନ ପୁଅ ମୁକେଶ କହିଛନ୍ତି, “ଏ ଖବର ଆମକୁ ଯେତିକି ଖୁସି ଆଣି ଦେଇଛି ସେତିକି ଚିନ୍ତାରେ ମଧ୍ୟ ପକାଇଛି । କାରଣ ପାକିସ୍ଥାନ ଜେଲ୍‌ରେ ଥିବା ଶୁଣି ସେ ପୁଣି ଫେରିବା ଆଶା କମ ବୋଲି ଆମେ ଜାଣିଛୁ । ଆଗରୁ ଅନେକଙ୍କ ସହ ଏପରି ଘଟିଛି । କିନ୍ତୁ ଆମେ ଆମ ମା’କୁ ଖୁସି କରାଇବା ପାଇଁ ବାପାଙ୍କୁ ଯେମିତି ହେଲେ ଆଣିବା ପାଇଁ ଚେଷ୍ଟା କରିବ।”

ସମ୍ବନ୍ଧିତ ଖବର