ଲକ୍ଷ୍ନୌ: ଅଯୋଧ୍ୟା ରାୟ ପ୍ରକାଶ ପାଇବା ପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଉତ୍ତର ପ୍ରଦେଶ ପୁଲିସ ମୋଟ ୩୭ ଜଣଙ୍କୁ ଗିରଫ କରିଛି ଏବଂ ୧୨ଟି ଏଫ୍ଆଇଆର୍ ରୁଜୁ କରିଛି। ସେହିଭଳି ୩,୭୧୨ ଆପତ୍ତିଜନକ ସୋସିଆଲ୍ ମିଡିଆ ପୋଷ୍ଟ୍ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ଉତ୍ତର ପ୍ରଦେଶ ପୁଲିସ ସୂତ୍ରରୁ ପ୍ରକାଶ। ଗତକାଲି ସୁପ୍ରିମ୍ କୋର୍ଟ ଅଯୋଧ୍ୟା ରାୟ ପ୍ରକାଶ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରାଯାଇଥିଲା। ରାୟକୁ ବିରୋଧ କରି ବିଭାଜନ ସୃଷ୍ଟିକାରୀ ମନ୍ତବ୍ୟ ଦେବା ଅର୍ଥ କୋର୍ଟ ଅବମାନନା ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ଗତକାଲି ରାୟ ପ୍ରକାଶ ପାଇବା ଅବସରରେ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରୁଥିଲେ। ଉତ୍ତର ପ୍ରଦେଶ ପୁଲିସ ଡିଜି ଓ.ପି. ସିଂହଙ୍କ କହିବା ଅନୁଯାୟୀ, ସୋସିଆଲ୍ ମିଡିଆ ଏବଂ ଅନ୍ୟ ସାଧାରଣ ମିଡିଆ ଉପରେ ଦୃଷ୍ଟି ରଖିବାକୁ ପ୍ରଥମ ଥର ପାଇଁ ଏକ ସ୍ବତନ୍ତ୍ର ‘ଏମର୍ଜେନ୍ସି ଅପରେସନ୍ସ ସେଣ୍ଟର’ (ଇଓସି) ଖୋଲାଯାଇଛି। ଏହା ମାଧ୍ୟମରେ ଗଣମାଧ୍ୟମର ରିପୋର୍ଟ ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି ବୋଲି ପୁଲିସ ଡିଜି କହିଛନ୍ତି। ଏହା ସହିତ ଅନେକ ସ୍ଥାନରେ ୧୪୪ ଧାରା ଜାରି ହୋଇଥିବା ସହ ପୁଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ଜନଗହଳିପୂର୍ଣ୍ଣ ସ୍ଥାନ ଓ ବଜାର ଅଂଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ଅଯୋଧ୍ୟା ରାୟ ; ଆପତ୍ତିଜନକ ମନ୍ତବ୍ୟ ଦେଇ ୩୭ ଗିରଫ
୧୨ ଏଫ୍ଆଇଆର୍ ରୁଜୁ, ୩୭୧୨ ପୋଷ୍ଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ
/sambad/media/post_attachments/wp-content/uploads/2019/11/Ayodhya_PTI.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)