ତାମିଲନାଡ଼ୁ ଓ କେରଳରେ ୩୯ ମୃତ, ଏବେବି ୧୬୭ ମତ୍ସ୍ୟଜୀବୀ ନିଖୋଜ

ନୂଆଦିଲ୍ଲୀ: କେରଳ ଏବଂ ତାମିଲନାଡ଼ୁରେ ଆତଙ୍କ ଖେଳାଇ ଦେଇଥିବା ସାମୁଦ୍ରିକ ଝଡ଼ ଓଖି ହେତୁ ଉଭୟ ରାଜ୍ୟରେ ୩୯ ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ତାମିଲନାଡ଼ୁରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କେରଳରେ ୨୯ ଜଣଙ୍କର ମୃତ୍ୟୁ ଘଟିଛି। ୧୬୯ ଜଣ ମତ୍ସ୍ୟଜୀବୀ ଏଯାବତ୍‌ ନିଖୋଜ ରହିଛନ୍ତି। ସେମାନଙ୍କ ଉଦ୍ଧାର ଲାଗି ତ୍ୱରାନ୍ଵିତ ପଦକ୍ଷେପ ଜାରି ରହିଛି। ଲାକ୍ଷାଦ୍ୱୀପ, କେରଳ ଏବଂ ତାମିଲନାଡ଼ୁରେ ଓଖି ଦ୍ୱାରା ପ୍ରଭାବିତ ଲୋକଙ୍କ ଲାଗି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍‌ ଫଣ୍ଡ୍‌ (ପିଏମଏନଆରଏଫ)କୁ ପାଞ୍ଚ କୋଟି ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି। କନ୍ୟାକୁମାରୀ ଜିଲ୍ଲାରେ ପ୍ରଭାବିତ ଲୋକମାନଙ୍କୁ ସମସ୍ତ ସୁବିଧାସୁଯୋଗ ଯୋଗାଇ ଦେବାଲାଗି ମାଡ୍ରାସ ହାଇକୋର୍ଟ ତାମିିଲନାଡ଼ୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।।

ସମ୍ବନ୍ଧିତ ଖବର