୩ ମହିଳାଙ୍କ ହତ୍ୟାକାରୀ ମୁକ୍ତ ‌

ଚେନ୍ନାଇ: ଦୁର୍ନୀତି ମାମଲାରେ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ‌ ଜେ ଜୟଲଳିତା ଦୋଷୀସାବ୍ୟସ୍ତ ହେବା ବିରୋଧରେ ୧୮ ବର୍ଷ ପୂର୍ବେ ଧର୍ମପୁରୀରେ କିଛି ଏଆଇଏଡିଏମ୍‌କେ ସମର୍ଥକ ହିଂସା ଘଟାଇଥି‌େଲ। ଏକ ବସ୍‌ରେ ନିଆଁ ଲଗାଇ ଦେବା ହେତୁ ୩ ମହିଳାଙ୍କ ମୃତ୍ୟୁ ହୋଇ ଯାଇଥିଲା। ଏହି ହତ୍ୟା ମାମଲାରେ ୩ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ସେମାନଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ପରେ ସେମାନଙ୍କ ଦଣ୍ଡ କୋହଳ କରାଯାଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା କିନ୍ତୁ ଆଜି ଏହି ୩ ଅଭିଯୁକ୍ତଙ୍କୁ ଭେଲୋର କେନ୍ଦ୍ରୀୟ କାରାଗାରରୁ ମୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର