ଅସ୍ତ୍ରବିରତି ଉଲ୍ଲଂଘନ ପରେ ଭାରତୀୟ ସେନାର ଜବାବ, ପ୍ରାଣ ହରାଇଲେ ୫ ପାକ୍‌ ସେନା ଯବାନ

ନୂଆଦିଲ୍ଲୀ : ତଙ୍ଗଧର ସେକ୍ଟରର ବିପରୀତ ପାର୍ଶ୍ୱରେ ଥିବା ପାକିସ୍ତାନ ଅଧିକୃତ କଶ୍ମୀରରେ ଆଜି ଭାରତୀୟ ସେନା ଆକ୍ରମଣ କରିଛି । ସେଠାରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ଭାରତୀୟ ସେନା ଆକ୍ରମଣ କରିବା ପରେ ପାକ୍‌ର ୪-୫ଜଣ ସେନା ଯବାନ ଏହି ଆକ୍ରମଣରେ ମୃତ୍ୟୁବରଣ କରିଥିବା ଜଣା ପଡ଼ିଛି । ପୂର୍ବରୁ ୧୦-୧୫ଜଣ ଆତଙ୍କବାଦୀଙ୍କ ନିହତ ହେବା ଖବର ସାମ୍ନାକୁ ଆସିଥିବା ବେଳେ ଏବେ ପାକ୍‌ ସେନା ଯବାନଙ୍କ ମୃତ୍ୟୁର ଖବର ସାମ୍ନାକୁ ଆସିଛି ।

ଭାରତୀୟ ସେନା ପକ୍ଷରୁ ବ୍ୟବହାର କରାଯାଇଥିବା ତୋପ ଓ ଆର୍ଟିଲେରୀ ଗନ୍‌ ଦ୍ୱାରା ପାକ୍‌ ଅଧିକୃତ କଶ୍ମୀରରେ ଅନେକ କ୍ଷୟକ୍ଷତି ହୋଇଛି । ଆତଙ୍କୀ ଲଞ୍ଚ ପ୍ୟାଡ୍‌କୁ ମଧ୍ୟ ଭାରତୀୟ ସେନା ଧ୍ୱଂସ କରି ଦେଇଥିବା ଜଣା ପଡ଼ିଛି ।

Representative Image
aninews.in

ସୂଚନା ମୁତାବକ, ରବିବାର ପାକିସ୍ତାନ ଅସ୍ତ୍ରବିରତି ନିୟମ ଲଲ୍ଲଂଘନ କରିବା ସହ ଭାରତ ସୀମାରେ ଆକ୍ରମଣ କରିଥିଲା । ଯାହାଦ୍ୱାରା ଦୁଇ ଭାରତୀୟ ସେନା ଯବାନ ଓ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ପାକ୍‌ର ଅସ୍ତ୍ରବିରତି ନିୟମ ଲଲ୍ଲଂଘନ ଦ୍ୱାରା ଚିତ୍ରକୁଟ ଗାଁର ୬ଟି ଘର ସଂପୂର୍ଣ୍ଣ ଧ୍ୱଂସ ପାଇଥିବା ବେଳେ ଅନେକ ଗୃହ ପାଳିତ ପଶୁ ମୃତ୍ୟୁବରଣ କରିଥିଲେ । ଯାହା ପରେ ଭାରତ ପକ୍ଷରୁ ଉଚିତ୍‌ ଜବାବ ଦିଆଯିବା ପାଇଁ ଏହି ଆକ୍ରମଣ କରାଯାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର